କେଉଁ ଅଞ୍ଚଳକୁ ଯାଇଥିଲେ ୪୯ ନମ୍ବର କରୋନା ଆକ୍ରାନ୍ତ?

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବାବେଳେ ତାଙ୍କ ଘର ଭୁବନେଶ୍ୱର ୟୁନିଟ୍-୪ ମଧୁସୁଦନ ନଗର ଅ଼଼ଞ୍ଚଳର।

ଏହି ମହିଳା ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ। ଏହି ମହିଳା ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏଁ ମଧୁସୂଦନଗରସ୍ଥିତ ଘରେ ଥିଲେ। ଏପ୍ରିଲ ୪ ତାରିଖରେ ରେଡକ୍ରସ୍ ଭବନ ଅଞ୍ଚଳରେ ବୁଲାବୁଲି କରିଥିଲେ।

ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ବୁଲିଥିଲେ। ଏପ୍ରିଲ ୭ରୁ ୧୦ ତାରିଖ ଯାଏଁ ହୋମ୍ କ୍ୱାରେଣ୍ଟିନରେ ରହିଥିଲେ। ଏପ୍ରିଲ ୧୦ ତାରିଖରେ ନମୁନା ସଂଗ୍ରହ ସହ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା।

ଆଜି ତାଙ୍କୁ ଭୁବନେଶ୍ୱରେର କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪୯ ନମ୍ବର ଆକ୍ରାନ୍ତ ମଧୁସୂଦନ ନଗରର ଏହି ମହିଳା ହୋଇଥିବାବେଳେ ୫୦ ନମ୍ବର ଆକ୍ରାନ୍ତ ଜଣେ ୨୩ ବର୍ଷୀୟ ଯୁବକ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

You might also like