ଗାଁ ସାଙ୍ଗଙ୍କ ସହିତ ମିଳାମିଶା କରିଥିଲେ ୪୫ ନମ୍ବର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ବେହେରାଗୁଡ଼ାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ଣରେ ଗାଁରେ କିଛି ସାଙ୍ଗଙ୍କ ସହ ମିଳାମିଶା କରିଥିଲେ।

ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ଘରେ ରହିଥିଲେ। ମାର୍ଚ୍ଚ ୨୫ ତାରିଖରେ ଗାଁରେ ଥିବା ଗ୍ରୋସରୀ ଦୋକାନକୁ ଯାଇଥିଲେ। ତେବେ ମାର୍ଚ୍ଚ ୨୬ରୁ ଏପ୍ରିଲ ୩ ତାରିଖ ଯାଏଁ ସେ କେଉଁଠି ଥିଲେ ସେ ନେଇ ସୂଚନା ମିଳିନି।

ଏପ୍ରିଲ ୪ ତାରିଖରେ ବାହାରିନରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଦିନ ବେହେରାଗୁଡ଼ାସ୍ଥିତ ଘରେ ରହିଥିଲେ। ଏପ୍ରିଲ ୫ ତାରିଖରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ।

ଏପ୍ରିଲ ୯ ତାରିଖରେ ତାଙ୍କ ନମୂନା ସଂଗ୍ରହ ହୋଇଥିଲା ଏବଂ ସେହିଦି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଆଜି ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

You might also like