ଆସିଲା ୧୫ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ୧୪ ଜଣ ଯାଜପୁରର

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୫୪ରେ ପହଞ୍ଚିଥିବା ବେଳେ ଆଉ ୧୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି  ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।

କେସ୍ ନଂ ୧୨୯ରୁ ୧୪୩ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏ ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା ଟ୍ରାଭେଲ୍ ହିଷ୍ଟ୍ରିରେ ସୂଚନା ଦିଆଯାଇଛି। ଏହି ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହେଉଛନ୍ତି ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳର। କେସ୍‌ ନଂ ୧୪୩ ବାଲେଶ୍ୱର ଜିଲ୍ଲା ସିମୁଳିଆର ୫୮ ବର୍ଷୀୟ ମହିଳା।

ଏହି ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କେସ୍ ନଂ ୯୮ର ସଂପର୍କୀୟ ବା ପଡ଼ୋଶୀ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ନଂ ୧୩୦, ୧୩୨, ୧୩୪, ୧୩୬, ୧୩୮,୧୪୧, ୧୪୨ ନମ୍ବର ଆକ୍ରାନ୍ତ ୯୮ ନମ୍ବର ଆକ୍ରାନ୍ତଙ୍କ ସହ ଲିଙ୍କ୍‌ ରହିଛି।

କେସ୍‌ ନମ୍ୱର ୧୩୧, ୧୩୮, ୧୩୯ ହେଉଛି ୯୬ ନମ୍ବର ଆକ୍ରାନ୍ତଙ୍କ ପଡ଼ୋଶୀ।  ସେହିପରି ୧୩୩,୧୩୫, ୧୩୭ ନମ୍ବର ଆକ୍ରାନ୍ତ ହେଉଛନ୍ତି ୯୬ ଓ ୯୮ ନମ୍ବର ଆକ୍ରାନ୍ତଙ୍କ ପଡ଼ୋଶୀ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ

You might also like