ଆସିଲା ରାଜ୍ୟରେ ୬ କରୋନା ରୋଗୀଙ୍କ ଭ୍ରମଣ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ରୋଗୀଙ୍କ ଭ୍ରମଣ ତାଲିକା ଜାରି ହୋଇଛି। ରୋଗୀ ନମ୍ବର ୬୧, ୬୨, ୬୩, ୬୪ ,୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ସାମ୍ନାକୁ ଆସିଛି।

୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ।  ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ।

୧୪ରୁ ୧୬ ଯାଏ ଭୁବନେଶ୍ୱର କୋଭିଡ ହସ୍ପିଟାଲ୍‌ରେ ଥିଲେ।  ୧୬ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୮ରେ ନମୁନା ପଜିଟିଭ ଆସିଥିଲା।

ସେହିଦିନ କିମ୍ସ କୋଭିଡ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ତେବେ ଇତି ମଧ୍ୟରେ ସେ ୬ଟି ହସ୍ପିଟାଲ ବୁଲିଛନ୍ତି।

ସେହିଭଳି ୫୭ ବର୍ଷିୟ ଭଦ୍ରକ ବାସୁଦେବପୁରର ଆକ୍ରାନ୍ତ କୋଲକାତାରୁ ଫେରିଥିଲେ। ୨୮ ମାର୍ଚ୍ଚରେ କୋଲକାତାରୁ ଅନ୍ୟ ତିନି ଜଣଙ୍କ ସହ ଏକ ଗାଡ଼ିରେ କୋଲକାତାରୁ ଫେରିଥିଲେ।  ସେହିଦିନଠୁ ଏପ୍ରିଲ ୧୪ ତାରିଖ ଯାଏ ସେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ୧୫ ଏପ୍ରିଲରୁ ୧୯ ଯାଏ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ।  ପରେ ୧୯ ତାରିଖରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ସେହିଦିନ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା।

ଏହାଛଡ଼ା ୬୩ ନମ୍ବର ଆକ୍ରାନ୍ତ ବି କୋଲକାତାରୁ ବାସୁଦେବପୁର ଟ୍ରକ ଯୋଗେ ଫେରିଥିଲେ। ଏପ୍ରିଲ ୯ରୁ ୧୪ ଯାଏ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ପରେ ୧୫ରୁ ୧୯ ଯାଏ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ।

୧୯ରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି ୬୪ ନମ୍ବର କୋଲକାତାରୁ ବାସୁଦେବପୁର ଫେରିଥିଲେ।  ୨୯ରୁ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ୧୯ରେ ରିପୋର୍ଟ ସଂଗ୍ରହ ପରେ ଏହା ପଜିଟିଭ୍ ଆସିଥିଲା।

ସେହିଭଳି ୬୫ ନମ୍ବର ବ୍ୟକ୍ତି ମଧ୍ୟ କୋଲକାତାରୁ ଭଣ୍ଡାରୀପୋଖରୀକୁ ଆସିଥିଲେ। ୨୮ରୁ ଏପ୍ରିଲ ୧୪ ଯାଏ କ୍ୱାରେଣ୍ଟିନ୍‌ରେ ରହିବା ପରେ ଗତ ୧୯ ତାରିଖ ଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଏବେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସେହିପରି ୬୬ ନମ୍ବର ରୋଗୀ କୋଲକାତାରୁ ଫେରିଥିଲେ ୬୮ ନମ୍ବର ୨ ବର୍ଷୀୟ ଶିଶୁକନ୍ୟାର ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି ସରକାର। ଥଣ୍ଡା କାଶ ଲାଗି ରହିବା ପରେ ସେ ସ୍ଥାନୀୟ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଯାଇଥିଲେ।  ନମୁନା ପଜିଟିଭ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

You might also like