୧୧ ଜଣ ଆକ୍ରାନ୍ତଙ୍କ ଭ୍ରମଣ ତାଲିକା ଜାରି; କିଏ ତାସ୍ ଖେଳିଥିଲେ ତ ଆଉ କିଏ ସାଙ୍ଗଙ୍କ ସହ ଭୋଜି ଖାଇଥିଲେ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନ ସମୟରେ ସଙ୍ଗରୋଧ ନିୟମ ମାନୁ ନାହାନ୍ତି ଲୋକେ। ଆଜି ୧୧ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍  ହିଷ୍ଟ୍ରି ଜାରି ବେଳେ ଏ ତଥ୍ୟ ପଦାକୁ ଆସିଛି।

ଯାଜପୁର ବାସୁଦେବପୁର ଅଞ୍ଚଳର ୭୩ ନମ୍ବର ଆକ୍ରାନ୍ତ ୨୯ରେ କୋଲକତାରୁ ଫେରିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ ବି ୧୭ରେ ରାସନ ପାଇଁ ଯାଇଥିଲେ। ୨୦ ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ବି ଖେଳିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥାଇ ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିଭଳି ଯାଜପୁର ବିରଜାପୁର ଅଞ୍ଚଳର ୭୪ ନଂ ଆକ୍ରାନ୍ତ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିବା ପରେ ଏପ୍ରିଲ ୧୫ରେ ପାଳସାହି ସାଙ୍ଗ ଘରେ ଅନ୍ୟ ୨ ଜଣଙ୍କ ସହ ଖାଇଥିଲେ। ୧୬,୧୭ ତାରିଖରେ ରାମବାଗ ଚିକେନ, ଗ୍ରୋସରୀ, ପରିବା ଦୋକାନ ଯାଇଥିଲେ।

ବାଲେଶ୍ୱର ନେଳିଆବଗ ଅଞ୍ଚଳର ୭୮ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୨୨ରୁ ହୋମ କ୍ୱାରେଣ୍ଟିନରେ ଥାଇ ବି ଏପ୍ରିଲ ୭, ୧୩ ଓ ୧୪ ତାରିଖରେ ଅନ୍ୟ ପଜିଟିଭଙ୍କ ସହ ବାଲେଶ୍ୱର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଇଥିଲେ।

ସେହିଭଳି କୋଲକାତାରୁ ଫେରିବା ବେଳେ ସାମାଜିକ ଦୂରତା ନିୟମକୁ ବି ଭୃକ୍ଷେପ କରିଥନଥିଲେ ବହୁ କରୋନ ଆକ୍ରାନ୍ତ। ଯାହା ଆକ୍ରାନ୍ତମାନଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ିଛି।

ଯାଜପୁର କୋରେଇର ୭୦ ନମ୍ବର ଆକ୍ରାନ୍ତ ୨୮ରେ କୋଲକାତାରୁ ଫେରିବା ବେଳେ ଏକ ଭଡ଼ା ଗାଡ଼ିରେ ଅନ୍ୟ ୨୮ ଜଣଙ୍କ ସହ ହାୱାଡ଼ାରୁ ଆସିଥିଲେ। ଯାଜପୁର ସଦର ବେହେରା ପାଟଣାର  ୭୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୨୯ରେ କୋଲକାତାରୁ ଅନ୍ୟ ୧୧ ଜଣଙ୍କ ସହ ଭଡ଼ାଗାଡ଼ିରେ ଆସିଥିଲେ। ଯାଜପୁର ବିରଜାପୁରର ୭୪ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିବା ବେଳେ ୧୧ ଜଣଙ୍କ ସହ ଭଡ଼ାଗାଡ଼ିରେ ଆସିଥିଲେ। ୮୦ ନମ୍ବର ଆକ୍ରାନ୍ତ ମଧ୍ୟ ୩୦ ତାରିଖରେ କୋଲକାତାରୁ ଫେରିବା ବେଳେ ୧୫ ଜଣ ସହଯାତ୍ରୀଙ୍କ ସାଙ୍ଗରେ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଦେଇଛି।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like