ହେଲ୍‌ପ ଲାଇନ ନମ୍ବର ଜାରି ; ଫାଇନ ଆଦାୟ ବେଳେ ସମସ୍ୟା ହେଲେ ଏହି ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର  : ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍‌ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି।

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।  ଫାଇନ୍ ଆଦାୟ ବେଳେ ଲୋକଙ୍କୁ କୌଣସି ସମସ୍ୟା ହେଲେ ସେମାନେ ଏହି ନମ୍ବର ଜରିଆରେ ଜଣାଇ ପାରିବେ।  ହେଲ୍ପ ଲାଇନ୍ ନମ୍ବରଟି ହେଲା ୧୮୦୦ ୩୪୫ ୧୦୭୩ ।  ଲୋକମାନେ ସକାଳ ୮ଟାରୁ ରାତି ୧୦ଟା ଭିତରେ ଫୋନ୍‌ରେ ଅଭିଯୋଗ ଜଣାଇପାରିବେ। ଏଥିପାଇଁ ସବୁ RTO ଅଫିସ୍‌ରେ ଖୋଲିବ ହେଲ୍ପ ଡେସ୍କ । ଏଥିରେ  ଲୋକଙ୍କୁ ସହାୟତା ଦିଆଯିବ ।

ସେହିପରି ଫିଟ୍‌ନେସ୍ ସାର୍ଟିଫିକେଟ ଓ ରିନ୍ୟୁଆଲ ପାଇଁ ଅଧିକ ବ୍ୟବସ୍ଥା କରାଯିବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ କରିବାକୁ RTOମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ସେ କହିଛନ୍ତି ଯେ, ନୂଆ ସଡ଼କ ସୁରକ୍ଷା ଆଇନ ଏବଂ ଟ୍ରାଫିକ୍ କଟକଣା ନେଇ କେହି ଭୟଭୀତ ହେବା ଦରକାର ନାହିଁ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ନାହିଁ, ସେମାନେ କରି ନିଅନ୍ତୁ । ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ଯେପରି ହଇରାଣ ନହୁଅନ୍ତି ଏବଂ ସେମାନଙ୍କୁ କିପରି ଶୀଘ୍ର ଲାଇସେନ୍ସ ମିଳିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପରିବହନ ବିଭାଗ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like