ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ୪ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ: ବ୍ଲାକ୍‌ରୋଜ୍ ଜାହାଜରେ ପିଟିହୋଇ ବୁଡ଼ିଗଲା ଟ୍ରଲର। ଫଳରେ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ପାରାଦୀପରେ ବ୍ଲାକରୋଜ ଜାହାଜ ପାଣିରେ ବୁଡ଼ି ରହିଥିବାରୁ ଟ୍ରଲରଟି ଏଥିରେ ମାଡ଼ ହୋଇ ଯାଇଥିଲା। 

ମାଛଧରା ଡଙ୍ଗା ସାହାଯ୍ୟରେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ହେଲେ ଆଉ ୪ଜଣଙ୍କର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ। ସୂଚନାଥାଉ କି, ପୂର୍ବରୁ ମଧ୍ୟ ବ୍ଲାକରୋଜରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଛି।  

You might also like