ପ୍ରବଳ ବର୍ଷାରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ ମଧ୍ୟରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ରେଳ ବିଭାଗର ସୂଚନା ଅନୁସାରେ ସମ୍ବଲପୁର-କୋରାପୁଟ ପାସେଞ୍ଜର, ଜୁନାଗଡ଼ା-ଲାଞ୍ଜିଗଡ଼ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି।

ସମ୍ବଲପୁର-କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ଉଭୟ ଟ୍ରେନ୍ ବାତିଲ ହୋଇଛି। ସେହିପରି ସମ୍ବଲପୁର-ଜୁନାଗଡ଼ ଓ ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍ ଉଭୟ ପଟୁ ବାତିଲ କରାଯାଇଛି। ଧାନବାଦ-ଅାଲେପି ଏକ୍ସପ୍ରେସ୍ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୁଟ୍ ଦେଇ ଯିବ।

You might also like