ଭୁବନେଶ୍ୱର: ୪ ଘଣ୍ଟା ବସିବ ଶୀତ ଅଧିବେଶନ। ରାଜ୍ୟ ବିଧାନସଭା ଶୀତ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କୋଭିଡ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ବସିବ ଶୀତ ଅଧିବେଶନ। ପ୍ରଶ୍ନ କାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି।

ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପ‌ର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ।

ସୂଚନା ଥାଉକି, ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ।

Other Stories