ବାଘଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ପ୍ରଶିକ୍ଷକ କୁମ୍‌କୀ ହାତୀ

ଭୁବନେଶ୍ୱର: ସାତକୋଶିଅା ଅଭୟାରଣ୍ୟକୁ ବାଘ ଅାସିବା ଦିନଠୁ ବଢିଯାଇଛି ଏହି ଅଞ୍ଚଳର ଲୋକଙ୍କ ଚିନ୍ତା। ବାଘ ଜନବସତି ଅାଡକୁ ଚାଲିଅାସିବା ଅାଶଙ୍କାରେ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଲୋକଙ୍କ ଭୟ ଦୂର କରିବା ଲାଗି ବନବିଭାଗ ପାଞ୍ଚିଛି ନୂଅା ଉପାୟ। ବାଘଙ୍କୁ ଜଗିବା ଲାଗି କର୍ଣ୍ଣାଟକରୁ ଅାସିବେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ କୁମ୍‌କୀ ହାତୀ। ଏହି ହାତୀମାନେ କେବଳ ବାଘକୁ ଜଗିବେ ନାହିଁ, ସେମାନେ ଯେମିତି ଜନବସତି ଅାଡ଼କୁ ନଯିବେ ତାହା ମଧ୍ୟ ସୁନିଶ୍ଚିତ କରିବେ।

ରାଜ୍ୟ ସରକାର ଏହି ପ୍ରସ୍ତାବକରୁ ମଂଜୁରୀ ଦେଇସାରିଥିବା ବେଳେ ହାତୀ ଅାଣିବା ନେଇ ରାଜ୍ୟ ବିନ ବିଭାଗ କର୍ଣ୍ଣାଟକ ବନ ବିଭାଗ ସହ ଅାଲୋଚନା କରୁଛି। କୁମ୍‌କୀ ହାତୀ ଯେ କେବଳ ବାଘଙ୍କୁ ଜଗିବେ ତାହା ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଣୁଅା ହାତୀ ପଲଙ୍କ ଉପଦ୍ରବ ରୋକିବା ଲାଗି ମଧ୍ୟ ଏମାନଙ୍କୁ ନିୟୋଜିତ କରାଯିବ। କିଛି ବର୍ଷ ହେଲା ହାତୀ ମଣିଷ ଲଢେଇ ଉଗ୍ର ରୂପ ଧାରଣ କରିଛି। କେତେବେଳେ ମଣିଷ ହାତୀର ଜୀବନ ନେଉଛି ତ ଅାଉ କେତେବେଳେ ନିଜେ ହାତୀ ଅାକ୍ରମଣର ଶିକାର ହେଉଛି। ପଶୁ ମଣିଷ ଲଢେଇ ରୋକିବା ଦିଗରେ କୁମ୍‌କୀ ହାତୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅାଶା କରାଯାଉଛି।

ତାସହିତ କୁମ୍‌କୀ ହାତୀଙ୍କ ସହାୟତାରେ ଦୁର୍ଗମ ଜଙ୍ଗଲରେ ପାଟ୍ରୋଲିଂ କରିବା ସହଜ ହେବେ ବୋଲି କୁହାଯାଉଛି। କିଛି ବର୍ଷ ତଳେ କର୍ଣ୍ଣାଟକରୁ କୁମ୍‌କୀ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଓଡ଼ିଶା ଅଣାଯାଇଥିଲା ଶିମିଳିପାଳ ଅଭୟାରଣ୍ୟରେ ଏମାନେ ପାଟ୍ରୋଲିଂ ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

You might also like