ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ

ଖୋର୍ଦ୍ଧା: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ। ନୟାଗଡ଼ ଟାଉନ ଷ୍ଟେସନ ଠାରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିଲୋମିଟର ନବନିର୍ମିତ ରେଳ ଲାଇନ ଉପରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ୍ ଗଡ଼ିଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ନୟାଗଡ଼ରୁ ବଗି ସହ ଏକ ଟ୍ରେନ୍ ସ୍ପିଡ୍ ଟ୍ରାଏଲ୍‌ରେ ମହିପୁର ପର୍ଯ୍ୟନ୍ତ ଆସିଥିଲା। ଯଦି ଏହା ସଫଳ ହେବେ ତେବେ ନିର୍ଦ୍ଧାରିତ ସମୟରେ ବିଧିବଦ୍ଧ ଭାବେ ମହିପୁର ଷ୍ଟେସନକୁ ରେଳ ଚଳାଚଳ ଆରମ୍ଭ ହେବ। ଏପଟେ ଆଜି ନୟାଗଡ଼ର ବୁଦ୍ଧିଜୀବୀମାନେ ନୟାଗଡ଼ରୁ ଭୁବନେଶ୍ୱରକୁ ଟ୍ରେନ୍‌ ଚଳାଚଳ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

You might also like