ପୁରୀରୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।

କୌଣସି ଟ୍ରେନ୍‌ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ ମଧ୍ୟ କାମ ଜୋରସୋରରେ ଚାଲିଛି। ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ।

‘ଫୋନି’ରେ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁରୀ ରେଳ ଷ୍ଟେସନ୍‌ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି।

You might also like