ବାତ୍ୟାରେ ଧ୍ୱଂସ ବିଧ୍ୱଂସ ଭୁବନେଶ୍ୱର ରେଳ ଷ୍ଟେସନ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ।

ଟ୍ରେନ୍‌ ଚଳାଚଳ ପୁରା ସ୍ୱାଭାବିକ ହେବାକୁ ଆହୁରି ତିନି ଚାରି ଦିନ ସମୟ ଲାଗିବ। ଏଥିଯୋଗୁ ଅନେକ ଯାତ୍ରୀ ଷ୍ଟେସନ୍‌ରେ ଅଟକି ରହିଛନ୍ତି।

ଅନ୍ୟପକ୍ଷରେ ଷ୍ଟେସନ୍‌ର ଆନୁଷଙ୍ଗିକ ମରାମତି କାମ କରିବାକୁ ଆହୁରି ୧୦ରୁ ୧୫ଦିନ ସମୟ ଲାଗିବ ବୋଲି ଭୁବନେଶ୍ୱର ଷ୍ଟେସନ୍‌ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ଏବେ ଡିଜି ସେଟ୍ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ବିଦ୍ୟୁତ ଯୋଗାଣ ଚାଲିଛି।

You might also like