‘ପେତାଇ’ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ଘୂର୍ଣ୍ଣିଝଡ଼ ପେତାଇ।  ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେଉଛି।

ପେତାଇ ପାଇଁ ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନ୍‌କୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା କରାଯିବା ସହ ରୁଟ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ହାୱଡ଼ା-ଚେନ୍ନାଇ ମେଲ୍ ନୂଆପଡ଼ାରୁ ଦେଇ ବିଜୟନଗରମ୍‌ରେ ରହିବ। ସେହିପରି ସାଲିମାର-ତ୍ରିଭେନ୍ଦ୍ରମ ଏକ୍ସପ୍ରେସ୍‌ ପଲାସାରେ ରହିବ।

ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌ ବିଶାଖାପାଟଣାରେ ରହିବ। ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌ ବିଶାଖାପାଟଣାର ରହିବ ବୋଲି ରେଲ୍‌ୱେ ପକ୍ଷରୁ କୁହାଯାଇଛି।

ପୁରୀରୁ ଆଜି ଛାଡ଼ିବାକୁ ଥିବା ପୁରୀ-ତିରୁପତି ଏକ୍ସପ୍ରେସ୍‌ରେ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ଆଜି ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଛାଡ଼ିବାକୁ ଥିଲା। ତେବେ ଏହା ଅପରାହ୍ନ ୫ଟା ୧୫ ମିନିଟ୍‌ରେ ଛାଡ଼ିବ।

You might also like