ଭୁବନେଶ୍ୱର: ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନ୍ରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତାୟତ କରିଛି । ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର ଭଦ୍ରକ ପାସେଞ୍ଜର, ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ କରୁଛି । ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଚଳାଚଳ ସ୍ୱାଭାବିକ ହୋଇଛି । ଅପରପକ୍ଷେ ଗତକାଲି ପୁରୀରୁ ଛାଡ଼ିଥିଲା ପୁରୁଷୋତ୍ତମ, ଧଉଳି ଏବଂ ଦୁର୍ଗ ଏକ୍ସପ୍ରେସ୍ । ବାତ୍ୟା ଫୋନି ପରେ ପୂର୍ବତଟ ରେଳେୱେ ପକ୍ଷରୁ କିଛି ଟ୍ରେନ୍କୁ ବାତିଲ କରାଯାଇଛି ।