ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା

ଲକ୍ଷ୍ମୀପୁର : ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା। ଲକ୍ଷ୍ମୀପୁର ତୟାପୁଟ ନିକଟରେ ପାହାଡ଼ ମାଟି ଅତଡ଼ା ଧସି ରେଳ ଧାରଣା ଉପରେ ପଡିବାରୁ ରାୟଗଡ଼ା-କୋରାପୁଟ ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା।

ବିଭିନ୍ନ ସ୍ଥାନରେ ଟ୍ରେନ୍ ଅଟକି ରହିଥିଲା। ୩ ଘଣ୍ଟା ଧରି ଲକ୍ଷ୍ମୀପୁର ଷ୍ଟେସନରେ ଅଟକି ରହିବା ପରେ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍ ଛାଡିଛି। ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

You might also like