ଭୁବନେଶ୍ୱର: କରୋନାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଭଳି ସ୍ଥିତିରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ରେଳବାଇ ପକ୍ଷରୁ ବଗି ଗୁଡିକୁ ସ୍ୱତନ୍ତ୍ର ଆଇସୋଲେସନ କୋଚରେ ପରିବର୍ତ୍ତନ କରାଯାଇଛି।
ପ୍ରତି କୋଚ୍ରେ ଗୋଟିଏ ମାତ୍ର ସିଟ୍ ରଖାଯାଇଛି। ସାମ୍ନାରେ ଥିବା ଅନ୍ୟ ତିନିଟି ବର୍ଥକୁ ଖାଲି କରି ଦିଆଯାଇଛି। ଏଥିସହ ଉପର ବର୍ଥକୁ ଚଢ଼ିବାକୁ ଥିବା ସିଡିକୁ ଖୋଲି ଦିଆଯାଇଛି। ସନ୍ଦିଗ୍ଧ ଆକ୍ରାନ୍ତଙ୍କ ପାଇଁ ଟ୍ରେନର ବାଥରୁମ୍ ଓ ୱାସ ବେସିନଗୁଡିକୁ ପରିବର୍ତ୍ତନ କରାଯାଇଛି।