ଦୁର୍ଘଟଣା ପରେ ଜଳିଗଲା ଗାଡ଼ି

ଖୋର୍ଦ୍ଧା: ଦୁର୍ଘଟଣା ପରେ ଜଳିଗଲା ଟ୍ରଲର୍। ଖୋର୍ଦ୍ଧା-ବ୍ରହ୍ମପୁର ଜାତୀୟ ରାଜପଥ-୧୬ର ନାଚୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲର୍‌ରେ ନିଆଁ ଲାଗି ଯିବା ସହ ଟ୍ରଲର୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ନାଚୁଣୀ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଏହାପରେ ତତ୍‌କ୍ଷଣାତ ଟ୍ରଲର୍‌ରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରଲର୍‌ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଟ୍ରଲର ଭିତରୁ ଗୁରୁତର ଅବସ୍ଥାରେ ହେଲ୍‌ପର୍‌ଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ।ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପରେ ଏହା ସ୍ୱାଭାବିକ ହୋଇଥିଲା।

ନାଚୁଣୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like