ପୁରୀ: ମହାପ୍ରସାଦ ଦର ପ୍ରସଙ୍ଗରେ ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ରବିବାର ଭୋଗମଣ୍ଡପରେ ରନ୍ଧନ କାର୍ଯ୍ୟ କରାଯାଇ ପରୀକ୍ଷାମୂଳକ ଭାବେ ଦର ସ୍ପଷ୍ଟ କରାଯିବ।
ପରବର୍ତ୍ତୀ ସମୟରେ କେଉଁ ଓଳିରେ ଏବଂ କେଉଁ ହାଣ୍ଡିର କେତେ ଦର ହେବ ତାହା ନିର୍ଦ୍ଧାରଣ କରାଯିବ। ଶ୍ରୀମନ୍ଦିର ପକ୍ଷରୁ ସମସ୍ତ ଦ୍ରବ୍ୟ ପ୍ରଦାନ କରାଯିବ। ଏଥିରେ କାଠ, ହାଣ୍ଡି, ପାଣି ଏବଂ ଶ୍ରମର ଦର ଯୋଗ କରାଯିବା ସହ କେତେ ଲାଭ ରଖାଯିବ ତାହା ଉପରେ ମୂଲ୍ୟ ନିର୍ଦ୍ଧାରଣ କରାଯିବ।
ଟିକେଟ୍ ଦର୍ଶନ ନେଇ ମଧ୍ୟ ବର୍ତ୍ତମାନ ଦର ଧାର୍ଯ୍ୟ ହୋଇନାହିଁ। ଭିତର କାଠ ନିକଟକୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ତେବେ ବହୁତ ଦୂରରୁ ଆସୁଥିବା ଶ୍ରଦ୍ଧାଳୁ ଯେମିତି ଠିକ୍ ଭାବେ ଦର୍ଶନ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି।