ରାଜଧାନୀର ଅଟୋ ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାର ୩ ଦିନ ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଛି। ଗୋଟିଏ ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି।

ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ୨୦୦୦ ଟଙ୍କା ଜରିମାନା ଲଗା ଯାଇଛି।

ଏହି ଜରିମାନା ଟଙ୍କା ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ପାର୍କ ଅଫିସରେ ଦାଖଲ କରିବାକୁ ଅଟୋ ଡ୍ରାଇଭରଙ୍କୁ କୁହାଯାଇଛି। ଏହା ପୂର୍ବରୁ ଗତକାଲି ହରିଆଣାର ଗୁରୁଗ୍ରାମରେ ଜଣେ ସ୍କୁଟି ଚାଳକଙ୍କ ଉପରେ ୨୩ ହଜାର ଟଙ୍କା ଜରିମାନା ହୋଇଥିଲା।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like