• translate
Prangyan Parimita
  • ଅସଂକ୍ରମଣ ଚେନରେ ଲାଗିବ ବ୍ରେକ୍!
  • ସଂକ୍ରମଣ ଚେନ ବ୍ରେକ୍ ଦେବାକୁ ଅଣ୍ଟା ଭିଡିଲେ ବ୍ୟବସାୟୀ
  • ଗଞ୍ଜାମରେ ମେ ୯ ଯାଏଁ ଦିନ ୨ଟାରୁ ଦୋକାନବଜାର ବନ୍ଦ
  • ପୁରୀ ସହରରେ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ
  • ସମ୍ବଲପୁରରେ ଆଜିଠାରୁ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା
  • କଳାହାଣ୍ଡିରେ ୫ ଦିନ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ସବୁ ଦୋକାନ ବନ୍ଦ

ଭୁବନେଶ୍ୱର :  ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବ୍ୟବସାୟୀ । ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଆଜିଠୁ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି । ସଂଘ ପକ୍ଷରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ ।

ପୁରୀ ସହରରେ ମଧ୍ୟ ଆଜିଠାରୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ବ୍ୟବସାୟୀ ସଂଘ ଏବଂ ପୁରୀ ଡିଷ୍ଟ୍ରିବ୍ୟୁଟର୍ସ ଓ ଟ୍ରେଡର୍ ସଂଘ । ସେହିପରି ସମ୍ବଲପୁରରେ ମଧ୍ୟ ଆଜିଠାରୁ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସମ୍ବଲପୁର ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି । ସେପଟେ କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ପନିପରିବା, କ୍ଷୀର ଓ ଫଳ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଦିନ ୧୦ଟା ଯାଏଁ ଖୋଲା ରହିବ ।

ସେପଟେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣର ଅସମ୍ଭାଳ । ପ୍ରତଦିନ ରାଜଧାନୀ ଭୁବନେଶ୍ୱରରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ସିଲ ହୋଇଛି ରାଜଧାନୀର ମାର୍କେଟ ବିଲ୍ଡିଂ କୋଭିଡ୍ । ନିୟମ ଉଲ୍ଲଂଘନ ପାଇଁ ଗତକାଲି  ବିଏମସି ଟିମ୍ ପୁରା ମାର୍କେଟ ବିଲ୍ଡିଂକୁ ସିଲ କରିଥିଲା । ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲଡିଂ ସିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 

Other Stories