ପରଲୋକରେ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର

ଭୁବନେଶ୍ୱର: ବରିଷ୍ଠ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ହୋଇ ଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।  ଗତ କିଛି ଦିନ ତଳେ ହିଁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।

ଟ୍ରେଡ ୟୁନିୟନ ସଂଗଠନ AITUCର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଗତ ୨୦୦୫ ମସିହାରୁ ଦାୟିତ୍ୱ ତୁଲାଇ ଆସୁଥିଲେ ।ସୌରୀବନ୍ଧୁ ରାଜ୍ୟରେ ଶ୍ରମିକଙ୍କ ଦାବି ନେଇ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ॥ ମୁଖ୍ୟତଃ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହାସହ ସିପିଆଇର ଜଣେ ବରିଷ୍ଠ ନେତା ଭାବେ ମଧ୍ୟ ସେ ବେଶ ପରିଚିତ ଥିଲେ।  ତାଙ୍କ ଦେହାନ୍ତରେ ସିପିଆଇ ସମେତ ଅନ୍ୟ ଶ୍ରମିକ ସଂଗଠନରେ ଶୋକର ଛାୟା ଖେଳିଯାଇଛି।

You might also like