ଆଟାଚିରୁ ମିଳିଲା ପିଲାଙ୍କ ଖେଳଣା

ପୁରୀ: ପିପିଲି ନିକଟ ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରୁ ଜବତ ହୋଇଥିବା ସନ୍ଦିଗ୍ଧ ଆଟାଚିରୁ କୌଣସି ବିସ୍ଫୋରକ ମିଳି ନାହିଁ। ସେଥିରୁ ମିଳିଛି ପିଲାଙ୍କ ଖେଳଣା। ଛୋଟ ସୁରେଇରେ ଗୁଡ଼ା ହୋଇଥିବା ସୂତା ମିଳିଛି।

ଆଟାଚିରୁ ପରୀକ୍ଷା କରିବା ପରେ ସ୍ପଷ୍ଟ କଲା ଆର୍‌ପିଏଫ୍ ରେଳ ଲାଇନରୁ ବିଦ୍ୟୁତ୍‌ ତାର ସହିତ ଆଟାଚି ଖୋଲା ଅବସ୍ଥାରେ ପଡ଼ିଥିବାରୁ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ସନ୍ଦେହ କରାଯାଉଥିଲା ଯେ ଏଥିରେ ବିସ୍ଫୋରକ ଥାଇପାରେ। ଏଥିପାଇଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବୀରପୁରୁଷୋତ୍ତମପୁରରେ ୫ଟି ଟ୍ରେନ ଅଟକି ରହିଥିଲା। ଆଟାଚି ଜବତ ପରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ସହିତ ସ୍ପଷ୍ଟ ହୋଇଛି ଯେ, ଆଟାଚିରୁ କୌଣସି ବିସ୍ଫୋରକ ମିଳି ନାହିଁ।

 

You might also like