ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବାଲେଶ୍ୱର: ଶୀତର ଆଗମନ ସହିତ ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳ। ପଞ୍ଚଲିଙ୍ଗେଶ୍ୱରଠାରୁ ଆରମ୍ଭ କରି କୁଲ୍‌ଡିହା ଅଭୟାରଣ୍ୟରେ ବୁଲିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ପିକ୍‌ନିକ୍‌ ପାଇଁ ଏବେ ଏହି ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୀତ ବଢ଼ିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି।

ପାହାଡ଼ ଉପରେ ଥିବା ପଞ୍ଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ କରିବା ସହ ଏଠାକାର ଝରଣା ପାଣିରେ ଗାଧେଇବାର ମଜା ନେଉଛନ୍ତି ଲୋକେ। ଏହାସହ ବଣଭୋଜି ମଧ୍ୟ କରିବାକୁ ଭୁଲୁ ନାହାନ୍ତି ଲୋକେ।

ଖାଲି ପଞ୍ଚଲିଙ୍ଗେଶ୍ୱର ପୀଠନୁହେଁ, ଏଠାକାର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ କୁଲ୍‌ଡିହା ଅଭୟାରଣ୍ୟରେ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ଭିଡ଼ ଲାଗି ରହୁଛି।

(ନୀଳଗିରିରୁ  ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

You might also like