ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କନ୍ଧମାଳ: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ସତ୍ତ୍ୱେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି।

ଶୀତଋତୁରେ ବଣଭୋଜି ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଜାଡ଼ର ମାଡ଼ ସତ୍ତ୍ୱେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

କେବଳ ଓଡ଼ିଶା କାହିଁକି, ଓଡ଼ିଶା ବାହାରୁ ପର୍ଯ୍ୟଟକ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି।

ଶୀତ ବଢ଼ିବା ସାଙ୍ଗକୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପ୍ରକୃତିରାଣୀ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି। ସେଠାକର ହିଲ୍‌ ‍ଭ୍ୟୁ ପଏଣ୍ଟ, କଫି ଗାର୍ଡେନ ସାଙ୍ଗକୁ ଅଭୂଲା ସ୍ମୃତିକୁ ସାଇତି ରଖିବା ଲାଗି ପର୍ଯ୍ୟଟକ ସେଲଫି ନେଉଛନ୍ତି।

କେବଳ ସେତିକି ନୁହେଁ ,ପାଇନ୍‌ ବଣରେ ଖୋଲା ଆକାଶ ତଳେ ବନ୍ଧୁ ପ୍ରିୟଜନଙ୍କ ସହ ବଣଭୋଜିର ମଜା ନେବାକୁ ମଧ୍ୟ କେହି ହାତଛଡ଼ା କରୁନାହାନ୍ତି। ପର୍ଯ୍ୟଟକ ଜଳପ୍ରପାତ ବୁଲି ଦେଖିବା ସହ ଝରଣା ଜଳରେ ଗାଧୋଇବାର ମଜା ମଧ୍ୟ ନେଉଛନ୍ତି।

You might also like