କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ପର୍ଯ୍ୟଟକ ଆହତ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ବାଘେଲ। ଛତିଶଗଡ଼ କବିରଧାମରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବାଘେଲ ତାଙ୍କ ପରିବାର ସହ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରେ ବୁଲୁଥିବା ବେଳେ ଅନ୍ୟମନସ୍କ ଭାବେ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

ବାଘେଲଙ୍କୁ ପ୍ରଥମେ କୋଣାର୍କ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି।

କୋଣର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକ ଆହତ ହେବାକୁ ନେଇ ଏହା ହେଉଛି  ୨ୟ ଘଟଣା। ଗତ ୨ତାରିଖରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଖସି ପଡ଼ି ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକ ଆହତ ହୋଇଥିଲେ।

You might also like