ଭୁବନେଶ୍ୱର: ଫୋନିର ଆଁରେ ଉଜୁଡ଼ି ଯାଇଛି ଐତିହ୍ୟ ସହର ଭୁବନେଶ୍ୱର। ପର୍ଯ୍ୟଟକଙ୍କ ଆକର୍ଷଣ ଥିଲା ଧଉଳିଗିରି। ହେଲେ ଏବେ ତାର ସୌନ୍ଦର୍ଯ୍ୟ ଓ ସବୁଜିମା ସବୁ ଯେମିତି ଛାରଖାର ହୋଇଯାଇଛି। ପ୍ରଭାବିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା।
ବିଦ୍ୟୁତ୍ ନାହିଁ କି ପିଇବା ପାଣି ନାହିଁ । ସବୁଆଡ଼େ ଖାଁ ଖାଁ। ପର୍ଯ୍ୟଟକଙ୍କ ଭିଡ଼ ବି ନାହିଁ । ପର୍ଯ୍ୟଟକ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବ୍ୟାହତ ହୋଇଛି।
କେବଳ ଧଉଳି ନୁହେଁ, ଲିଙ୍ଗରାଜ ମନ୍ଦିରରେ ବି ଫୋନିର ପ୍ରଭାବ ପଡିଛି । ପବିତ୍ର ଅକ୍ଷୟତୃତୀୟାରେ ଲୋକଙ୍କୁ ଅବଢା ଯୋଗାଇ ହୁଏନି। ଅଥଚ ଏବର୍ଷ ପର୍ଯ୍ୟଟକ ନ ଥିବାରୁ ମହାଦେବଙ୍କ କୁଢକୁଢ ପ୍ରସାଦ ପୋତି ଦିଆଯାଇଛି ।
ତେଣୁ ଭୁବନେଶ୍ୱରବାସୀ ଚାହିଁ ବସିଛନ୍ତି, କେଉଁଦିନ ଜୀବନଯାତ୍ରା ସ୍ୱାଭାବିକ ହେବ ଆଉ ପର୍ଯ୍ୟଟକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିବ ଏବଂ ପର୍ଯ୍ୟଟକଙ୍କ କୋଳାହଳରେ ପୁଣି ଆଗେଇବ ଏଠିକା ଲୋକଙ୍କ ଜୀବନଜୀବିକା।
https://youtu.be/o6VdVix_ZrA