କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: କୋଣାର୍କ ଆମ ଦାୟିତ୍ୱ

ଭୁବନେଶ୍ୱର: ଖୁବ ଶୀଘ୍ର ଆସିବ ଜାତୀୟ ପର୍ଯ୍ୟଟନ ନୀତି । ଏହି ନୀତି ଅନୁସାରେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯିବ। ଏକଥା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ  ପ୍ରହ୍ଲାଦ ସିଂ ପଟେଲ।

କୋଣାର୍କରେ ଚାଲିଛି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଟେଲ କହିଛନ୍ତି, କୋଣାର୍କ ଏକ ବଡ ପ୍ରସଙ୍ଗ । ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ପରେ ଏଏସଆଇ ସହ ଆଲୋଚନା କରି କୋଣାର୍କ ବିଷୟରେ ତଥ୍ୟ ନେବେ।

ସେ କହିଥିଲେ, କୋଣାର୍କ ଉପରେ ଅନେକ ଅଭିଯୋଗ ଆସିଛି। କୋଣାର୍କ ମନ୍ଦିର ମରାମତି କାମରେ ପ୍ଲେନ ପଥର ଲଗାଯାଉଛି। ମନ୍ଦିରର ଡ୍ରେନେଜ୍ ସିଷ୍ଟମ ଠିକ୍ ନାହିଁ ଏହିପରି ଅନେକ ଅଭିଯୋଗ ଆସିଛି । ତେବେ ସେ  ଏ ବିଷୟରେ ଆଲୋଚନା କରାଯିବ ବୋଲି ପଟେଲ କହିଛନ୍ତି।

You might also like