• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପୁରୀ (ମଧୁସୂଦନ ମିଶ୍ର) : ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଆଉ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ଠାକୁର ଦର୍ଶନ ସାରିବା ମାତ୍ରେ ତତ୍‌କ୍ଷଣାତ୍ ସମୁଦ୍ର ମୁହାଁ ହୋଇଯାଏ ମନ ଓ ପ୍ରାଣ। ସ୍ୱର୍ଣ୍ଣାଭ ବେଳାଭୂମୀରୁ ଥାଇ ବିଶାଳ ସମୁଦ୍ରର ଅସରନ୍ତି ଲହଡ଼ି ସବୁକୁ ଅପଲକ ନୟନରେ କିଛି କ୍ଷଣ ଚାହିଁଦେଲେ ଯେମିତି ମିଳିଯାଏ ଅଫୁରନ୍ତ ଆନନ୍ଦ। ହାଲୁକା ହୋଇଯାଏ ଭାରାକ୍ରାନ୍ତ ମନ। ସେଇଥିପାଇଁ ତ ବର୍ଷ ତମାମ ପୁରୀ ସହରରେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ।

ହେଲେ ଗତ ଶୁକ୍ରବାର ଆସିଥିବା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫୋନି ଯେମିତି ଏଥିରେ ସୃଷ୍ଟି କରିଛି ବିରାଟ ଅନ୍ତରାୟ। ନଷ୍ଟଭ୍ରଷ୍ଟ କରିଦେଇଛି ପୁରୀର ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ। ଯେଉଁ ବେଳାଭୂମୀ ସୂର୍ଯ୍ୟୋଦ୍ୱୟ ଠାରୁ ବିଳମ୍ବିତ ରାତି ଯାଏଁ ପର୍ଯ୍ୟଟକଙ୍କ ଗହଳି ଚହଳିରେ ଫାଟି ପଡୁଥିଲା ଏବେ ତାହା ଖାଁ ଖାଁ। ଚାରିଆଡ଼େ ଚଢ଼ି ଯାଇଛି ଅଣଚାଷ ପବନ ଉଡ଼ାଇ ଆଣିଥିବା ସମୁଦ୍ର ବାଲିର ବିସ୍ତୀର୍ଣ୍ଣ ଚାଦର। ଖୋଜିଲେ ବି ମିଳୁନି ବେଳାଭୂମୀ ସଲଗ୍ନ ରାସ୍ତା।

ସୌଭାଗ୍ୟବଶତଃ ବାତ୍ୟାର ଦିନକ ଆଗରୁ ପୁରୀ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କୌଣସି ପର୍ଯ୍ୟଟକଙ୍କର ସିନା କ୍ଷତି ହୋଇନି, ହେଲେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ହୋଟେଲ୍ ଶିଳ୍ପ। ଘାଇଁ ଘାଇଁ ପବନ ସାଙ୍ଗକୁ ନିର୍ଘାତ ବାଲି ମାଡ଼ରେ ବଦଳିଯାଇଛି ଅନେକ ହୋଟେଲର ଚେହେରା। ସତ୍ତା ହରାଇଛି ସୌନ୍ଦର୍ଯ୍ୟ। ଏଭଳି ଦୟନୀୟ ଅବସ୍ଥା ପରେ ଅନେକ ଛୋଟ ବଡ଼ ହୋଟେଲ ଏବେ ଆଗାମୀ ୩ମାସ ପାଇଁ ସବୁ ବୁକିଂ ବାତିଲ୍ କରିଛନ୍ତି। ଏବେ ଖରାଛୁଟି ସାଙ୍ଗକୁ ଆଗକୁ ଆସୁଛି ରଥଯାତ୍ରା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବେଳରେ ବାତ୍ୟା ଯେମିତି ସେମାନଙ୍କ ବେପାର ବୁଡ଼ାଇ ଦେଲାଭଳି ସ୍ଥିତି ସୃଷ୍ଟି କରିଛି।

ବାତ୍ୟା ଫୋନିର ଉଗ୍ର ରୂପରେ ବଦଳି ଯାଇଛି ଆଧାତ୍ମିକତାର କ୍ଷେତ୍ର ପୁରୀର ଚେହେରା। ଯାହାର ସିଧାପ୍ରଭାବ ପଡ଼ିଛି ପର୍ଯ୍ୟଟନ କ୍ଷେତ୍ର ଉପରେ। ତେଣୁ ଟୁର୍‌ ଅପରେଟର, ଟ୍ରାଭେଲ ଏଜେନସି ଓ ପର୍ଯ୍ୟଟକଙ୍କୁ ଆଶ୍ରା କରି ବଞ୍ଚୁଥିବା ଛୋଟ ବଡ଼ ବ୍ୟବସାୟୀ ସମସ୍ତଙ୍କୁ ଏବେ ଗୁଜରାଣ ଚିନ୍ତା ଘାରିଛି।

ବିଧ୍ୱଂସର ପୁଳା ପୁଳା ପ୍ରଲେପରେ ଚିତ୍ରିତ ହୋଇ ସାରିଥିବା ପୁରୀ, ପୁଣି ଥରେ ପର୍ଯ୍ୟଟକଙ୍କ ଗହଳିରେ ପୁରି ଉଠିବାକୁ କେତେ ଯେ ସମୟ ଲାଗିବ ତାହା ଅନୁମାନ କରିବା ମୁସ୍କିଲ ହୋଇପଡିଛି।

Tourism-devastation-of-puri-by-cyclone-fani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories