ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର

ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ କଇଁଛ ଉଦ୍ଧାର

ବାଲେଶ୍ୱର  : ବାଲେଶ୍ୱର ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର। ୯୧ଟି ୪ ପ୍ରଜାତିର କଇଁଛ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଚାନ୍ଦିପୁର ବନ ବିଭାଗ। ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଏହି କଇଁଛ ଜବତ କରାଯାଇଛି।

ମାର୍କଣା ଓ ସବିରା ଅଞ୍ଚଳରୁ ୨ଜଣ ବେପାରୀ ଏହାକୁ ନେଇ ଯାଉଥିଲେ। ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟଜଣେ ବାଲେଶ୍ୱର ଭୋଗରାଇ ଅଞ୍ଚଳର । ବାଲେଶ୍ୱର RPF  ପୁଲିସ ସନ୍ଦେହ କରି ଚାନ୍ଦିପୁର ବନ ବିଭାଗକୁ ଖବର ଦେଇ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା।

You might also like