୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ଗୁମ୍ଫାରୁ ମିଳିଲା ୧୦ ହଜାର ବର୍ଷ ପୁରୁଣା ପ୍ରାକ୍ ଐତିହାସିକ ଯୁଗର ଚିତ୍ରଲିପି

୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ

ନୂଆପଡା : ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଗିରଫ । ନୂଆପଡା ଅବକାରୀ ବିଭାଗ ଦ୍ୱାରା ଆଜି ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଖରିଆରରୋଡ ସହରରେ ପାଟ୍ରୋଲିଂ କରୁ ଥିବାବେଳେ ୨ ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲା । ତାଙ୍କ ପାଖରେ ଥିବା ବସ୍ତାକୁ ତନଖି କରିବାରୁ ସେଥିରେ ୧୪ କିଲୋଗ୍ରାମର ଗଞ୍ଜେଇ ମିଳିଥିଲା । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଳାହାଣ୍ତି ଜୁନାଗଡ ଥାନା ଅଞ୍ଚଳର ହୋଇ ଥିବାବେଳେ ଅନ୍ୟ ଜଣେ ଛତିଶଗଡ ଦୁର୍ଗ ଅଞ୍ଚଳର ବୋଲି ଜଣା ପଡିଛି । ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଳାଣ କରାଯାଇଛି ।

ନିଲମ୍ବିତ ହେଲେ ରାଜନଗର ପଞ୍ଚାୟତର ସରପଞ୍ଚ

ରାଜନଗର : ଦୁର୍ନୀତି କରି ଧରାପଡ଼ିବା ପରେ ନିଲମ୍ବିତ ହେଲେ ରାଜନଗର ପଞ୍ଚାୟତର ସରପଞ୍ଚ ପ୍ରଭାତ ରଞ୍ଜନ ମିଶ୍ର । ଏହି ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦୁର୍ନୀତି ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପରେ ସରପଞ୍ଚଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ମାସ ମଧ୍ୟରେ କାରଣ ଦର୍ଶାଇବା ସହ କାହିଁକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନି ସେନେଇ ଦର୍ଶାଇବାକୁ ନୋଟିସ ହୋଇଛି  । ଏହା ପୂର୍ବରୁ ଏହି ପଞ୍ଚାୟତର GRS ଓ PEOଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଗୁମ୍ଫାରୁ ମିଳିଲା ୧୦ ହଜାର ବର୍ଷ ପୁରୁଣା ପ୍ରାକ୍ ଐତିହାସିକ ଯୁଗର ଚିତ୍ରଲିପି

ନୂଆପଡା : ମିଳିଲା ପ୍ରାଚୀନ କାଳର ଚିତ୍ରଲିପି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଦରହା ଜଙ୍ଗଲର ଆମଝୋଲା  ଗୁମ୍ଫାରୁ ମିଳିଛି ୧୦ ହଜାର ବର୍ଷ ପୁରୁଣା ପ୍ରାକ୍ ଐତିହାସିକ ଯୁଗର ଚିତ୍ର । କିଛିଦିନ ତଳେ ଖଡିଆଳ ଅଟୋନମସ୍ କଲେଜ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପକ ରଣବୀର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ସେହି ସ୍ଥାନକୁ ଯାଇଥିଲେ । ସେଠାରେ ପ୍ରାକ୍ ଐତିହାସିକ ଯୁଗର ଚିତ୍ରଲିପି ଟିମ୍ ଦେଖିବାକୁ ପାଇଥିଲେ  । ଚିତ୍ର ମଧ୍ୟରେ ବିଶେଷ କରି ପଶୁପକ୍ଷୀ, ଜ୍ୟାମିତିକ, ଅଣଜ୍ୟାମିତିକ ଚିତ୍ର, ମଶିଷ, ଫୁଲଗଛ, ପତ୍ର ଆଦି ଲାଲ, ଗେରୁଆ ଓ କଳା ରଙ୍ଗରେ ଚିତ୍ରିତ ହୋଇଥିବା ଦେଖିବାକୁ ପାଇଥିଲେ  । ରାଜ୍ୟ ସରକାର ତଥା ରାଜ୍ୟ ପ୍ରତ୍ତ୍ନତତ୍ତ୍ୱ ବିଭାଗ ଆହୁରି ଗବେଷଣା କଲେ ସେ ସମୟର ମଣିଷଙ୍କ ଜୀବନଶୈଳି ତଥା ଅନ୍ୟାନ୍ୟ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ ।

କିନ୍ନର କାଟିବେ ପାର୍କିଂ ଚାଲାଣ
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ କିନ୍ନର କାଟିବେ ପାର୍କିଂ ଚାଲାଣ । ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଏରିଆ ଚାଲାଣ କାଟିବାକୁ ଅନୁମତି ପ୍ରଦାନ କରାଯାଇଛି । ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  । ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି । ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍ ଜଗିବେ କିନ୍ନର । ଆଗକୁ ସଂଖ୍ୟା ବୃଦ୍ଧି କରାଯାଇ ମୋଟ ୩୬ ଜଣଙ୍କୁ ଏଥିରେ ସାମିଲ କରାଯିବ । ଏଥିପାଇଁ କିନ୍ନରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଏହାସହ ସେମାନଙ୍କୁ ଆପ୍ରୋନ, ମନିବ୍ୟାଗ, କ୍ୟୁ ଏକ୍ସୋ ମେସିନ୍ ଏବଂ ଆଇକାର୍ଡ ଦିଆଯାଇଛି ।

ବାଲିବୋଝେଇ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ,ଦୁଇ ମୃତ

ବଲାଙ୍ଗୀର : ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା । ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣ ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବାଇକ ଚାଳକ ଗୁରୁତର ଅଛି । ମୃତ ଦୁଇଜଣ ମା ଝିଅ ହୋଇଥିବା ବେଳେ ଗୁରୁତର ଜଣକ ମୃତ ମହିଳାଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି ।

You might also like