ଶ୍ୱଶୁର ଘରେ ଟପ୍‌ ମାଓ ନେତାଙ୍କ ମୃତ୍ୟୁ

ମାଲକାନଗିରି: ଟପ୍‌ ମାଓ ନେତା ପାପାରାଓଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଧରିଲେ କିମ୍ବା ଏନ୍‌କାଉଣ୍ଟର କଲେ ୨୫ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଥିଲେ ପାପାରାଓ। କିଛିଦିନ ହେବ ସେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଗତ ୪ ଦିନ ହେବ ସେ ଶ୍ୱଶୁର ଘରେ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଛତିଶଗଡ଼ର ଟପ୍‌ ଲିଡର ରମନ୍ନାର ମୃତ୍ୟୁ ପରେ ପାପାରାଓ ହିଁ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ରମନ୍ନାର ଡାହାଣ ହାତ ଭାବେ କାମ କରୁଥିଲେ ପାପାରାଓ। ରମନ୍ନାର ମୃତ୍ୟୁ ପରେ ସବୁ ଦାୟିତ୍ୱ ପାପାରାଓ ସମ୍ଭାଳୁ ଥିଲେ।

ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ପାପାରାଓ। ସେଥିମଧ୍ୟରୁ ତାଡ଼ମେଟଲା ଜଙ୍ଗଲରେ ୭୬- CRPF ଯବାନଙ୍କୁ ଆମ୍ବୁସ ବିଛାଇ ମାରିବାରେ ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ ପାପାରାଓ। ଏପରିକି ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଉଡାଇବା ଭଳି ଅନେକ ବଡ଼ ବଡ଼ ହିଂସାକାଣ୍ଡ ଘଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପାପାରାଓ।

ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ନିର୍ମଲାଗୁଡା ଗାଁରେ ପାପାରାଓଙ୍କ ଜନ୍ମ। ପ୍ରଥମେ ବସ୍ତର ମାଓ ସଙ୍ଗଠନରେ ସାମିଲ ହେବା ପରେ ସେ ୨୦୧୦ମସିହାରୁ ସବୁ ବଡ଼ ବଡ଼ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ  ପାପାରାଓ।

You might also like