• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra
  • ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ
  • ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
  • ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି
  • ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ
  • ଭଦ୍ରକ ପୁରୁଣାବଜାର ଥାନା ଛଡ଼ାକମହଲାରୁ ନକଲି ଜର୍ଦ୍ଦା କାରଖାନା ଠାବ
  • ପବିତ୍ର ଶାମ୍ବ ଦଶମୀ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଜୋରଦାର ପ୍ରସ୍ତୁତି

-ଭୁବନେଶ୍ୱର:ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ବକ୍ସିବଜାର ସ୍ଥିତ ବାସଭବନକୁ ଯାଇ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ

-ଭୁବନେଶ୍ୱର: ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର। କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ମ୍ୟୁଜିଅମ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଲେ। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କଲେ। ଏହି ପରାକ୍ରମ ଦିବସ ପାଳନରୁ ଯୁବପିଢ଼ି ପ୍ରେରଣା ପାଇବେ। ବୀର ସୁରେନ୍ଦ୍ର ସାଏଙ୍କୁ ବି ଜୟନ୍ତୀରେ ମନେ ପକାଇ ବୀରତ୍ୱର କାହାଣୀ ବଖାଣିଲେ।


-ନୂଆଦିଲ୍ଲୀ:ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି। ତାଙ୍କ ସାହାସ ଓ ବୀରତ୍ୱକୁ ସମ୍ମାନ ଜଣାଇ ପରାକ୍ରମ ଦିବସ ପାଳିବା ଯଥାର୍ଥ ବୋଲି କହିଲେ।  ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି, ତାଙ୍କ ସାହାସ ଓ ବୀରତ୍ୱକୁ ସମ୍ମାନ ଜଣାଇ ପରାକ୍ରମ ଦିବସ ପାଳିବା ଯଥାର୍ଥ। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର  ଅବଦାନ ଅତୁଳନୀୟ ଥିଲା। ନେତାଜୀଙ୍କ ଦେଶପ୍ରେମ ଓ ତ୍ୟାଗ ଆମକୁ ଉଦବୁଦ୍ଧ କରୁଥିବା କହିଲେ ରାଷ୍ଟ୍ରପତି।


-ଭୁବନେଶ୍ୱର:ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ।  ଗତ ନଭେମ୍ବର ୨୮ରୁ ଆନ୍ଦୋଳନରେ ବସି ରହିଥିଲେ ସ୍ୱାସ୍ଥ୍ୟକର୍ମୀ। ଜୋର ଜବରଦସ୍ତ ଉଠାଇଲା ବେଳେ ଧସ୍ତାଧସ୍ତି ପରିସ୍ଥିତି। ସ୍ଥାୟୀ ନିଯୁକ୍ତି ଦାବିରେ ରାତି ଦିନ ଗାନ୍ଧି ମାର୍ଗରେ ବସି ରହିଥିଲେ। ସୂଚନାଯୋଗ୍ୟ,  ଏହି ଏଏନଏମମାନଙ୍କୁ କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ତେବେ ସେମାନେ ସ୍ଥାୟୀ ନିଯୁକ୍ତି ଦାବି କରି ଦିନରାତି ଆନ୍ଦୋଳନ ଚଲାଇ ଆସିଥିଲେ ।

-ଭଦ୍ରକ: ଭଦ୍ରକ ପୁରୁଣାବଜାର ଥାନା ଛଡ଼ାକମହଲାରୁ ନକଲି ଜର୍ଦ୍ଦା କାରଖାନା ଠାବ। ନାମୀଦାମୀ କମ୍ପାନୀର ଲୋଗୋ, ବ୍ୟବହୃତ ସରଞ୍ଜାମ ଆଦି ଜବତ।  ଘଟଣାସ୍ଥଳରୁ ପୋଲିସକୁ ଦେଖି ଚମ୍ପଟ୍ ମାରିଛି ଅଭିଯୁକ୍ତ।  ସ୍ଥାନୀୟ କମହଲା ଅଞ୍ଚଳର ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ପୋଲିସ ଖବର ପାଇ ଗତ ରାତିରେ ଚଢ଼ାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା, ବିଭିନ୍ନ ବ୍ରାଣ୍ଡେଡ୍ କମ୍ପାନିର ଲେବେଲ୍ ଏବଂ ଯନ୍ତ୍ରାଂଶ ଜବତ ହୋଇଛି। ଏହାପୂର୍ବରୁ ମଧ୍ୟ ଭଦ୍ରକରୁ ନକଲି ଜର୍ଦ୍ଦା ଜବତ ହୋଇଥିଲା।

-କୋଣାର୍କ: ପବିତ୍ର ଶାମ୍ବ ଦଶମୀ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଜୋରଦାର ପ୍ରସ୍ତୁତି ହୋଇଛି। ଏଥିପାଇଁ କୋଣାର୍କରେ ଆୟୋଜିତ ହେଉଛି ସୂର୍ଯ୍ୟ ରଥଯାତ୍ରା ।  ଏଥିପାଇଁ ପାଞ୍ଚଦିନ ବ୍ୟାପୀ ସୌର ମହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପରମ୍ପରା ଅନୁଯାୟୀ ଆଜି ସକାଳୁ ହୋମ ଓ ସ୍ୱତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ଓ ସୂର୍ଯ୍ୟ ବିଗ୍ରଙ୍କୁ ରଥାରୂଢ କରାଯାଇଛି । ଦୀର୍ଘ ବର୍ଷ ଧରି କୌଣସି କାରଣରୁ ଏହି ରଥଯାତ୍ରା ବନ୍ଦ ହୋଇଯିବା ପରେ କିଛି ବର୍ଷ ହେଲା ସ୍ଥାନୀୟ ଅବଧୂତ ମଠ ପକ୍ଷରୁ ଏହି ରଥଯାତ୍ରା ଆରମ୍ଭ କରାଯାଇଛି ।

https://youtu.be/wB91Yyz02zE

Top-headlines-of-the-hours
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories