ସାରା ଦିନର ୧୧ ବଡ଼ ଖବର

୧. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍,ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କଳାହାଣ୍ଡିରୁ ଆଉ ୧୬ ପଜିଟିଭ।

୨. ଚୋର ଧରି କ୍ୱାରେଣ୍ଟିନ: ୭ ଦିନ ସଂଗରୋଧରେ ରହିବେ ପୁରୀ ବ୍ରହ୍ମଗିରି ଥାନାର ୯ ପୋଲିସ କର୍ମଚାରୀ, କୃଷ୍ଣପ୍ରସାଦରୁ ଧରାପଡ଼ିଥିବା ଲୁଟେରା କରୋନା ପଜିଟିଭ୍ ଜଣାପଡ଼ିବା ପରେ ବିଭାଗୀୟ ସତର୍କତା।

୩. ଦେଶରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍, ଦିଲ୍ଲୀରେ ୨୧ଶହ ପାର୍, ସମ୍ବେଦନଶୀଳ ରାଜ୍ୟଙ୍କ ସହ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ।

୪. ଦୁବାଇରେ ଫସିଥିବା ୨୧୬ ଓଡ଼ିଆଙ୍କୁ ଧରି ଫେରୁଛି ସ୍ୱତନ୍ତ୍ର ବିମାନ, ନିଜେ ବିମାନ ଓଡ଼ିଆ ପ୍ରବାସୀଙ୍କୁ ଆଣୁଛନ୍ତି ଓଡ଼ିଆ କ୍ୟାପ୍‌ଟେନ୍ ମଧୁସ୍ମିତା ପଟ୍ଟନାୟକ, କାଲି ସକାଳେ ସାରଜା ବିମାନବନ୍ଦରରୁ ଛାଡ଼ିବ ଫ୍ଲାଇଟ୍।

୫. ନୂଆପଡ଼ା ଖଡ଼ିଆଳରେ ଟଙ୍କା ଉଠାଇନପାରି ବ୍ୟାଙ୍କକୁ ଶତାୟୁ ବୃଦ୍ଧାଙ୍କୁ ବୋହିଲେ ନିରୂପାୟ ଝିଅ, ଏପଟେ ବାଲେଶ୍ୱର ରେମୁଣାରେ ଗାଁକୁ ରାସ୍ତା ନଥିବାରୁ ଦେଢ଼ କିଲୋମିଟର ଖଟିଆରେ ଗଲେ ପ୍ରସୂତି।

୬. ଶ୍ରୀକ୍ଷେତ୍ରରେ ଭକ୍ତଶୂନ୍ୟ ଘୋଷଯାତ୍ରା ସପକ୍ଷରେ ବଢୁଛି ମତ, ହେଲେ ସରକାରଙ୍କ ପକ୍ଷରୁ ଏଯାଏଁ ମିଳିନି ଗ୍ରୀନ୍ ସିଗନାଲ୍, ଏପଟେ କୋରାପୁଟର କୌଣସି ବି ସ୍ଥାନରେ ଗଡ଼ି ପାରିବନି ରଥ, କଟକଣା ଲଗାଇଲେ ଜିଲ୍ଲାପାଳ।

୭. ବେଧଡ଼କ୍ ଚାଲିଛି ବାଘଛାଲ ବେପାର: ସପ୍ତାହେ ନପୁରୁଣୁ ନୟାଗଡ଼ରେ ପୁଣି ଧରାପଡ଼ିଲା ରାକେଟ୍, କିଙ୍ଗପିନ୍ ସହ ୨ଟି କଲରାପତରିଆ ବାଘଛାଲ ଓ ହାଡ଼ ଜବତ, ସେପଟେ ସୁନ୍ଦରଗଡ଼ ହାତୀଛୁଆ ମୃତ୍ୟୁ ଘଟଣାରେ ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

୮. ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି, ଆଗକୁ ଭୁବନେଶ୍ୱରରେ ଚାଲିବ ଚିକିତ୍ସା, ହସ୍ପିଟାଲ ବେଡ୍‌ରୁ ଫେରୁଥିବା କଥା ପ୍ରଶଂସକଙ୍କୁ ଜଣାଇଲେ ବିଜୟ।

୯. ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଲା ନେପାଳ, ବିବାଦୀୟ ନୂଆ ମାନଚିତ୍ରକୁ ନେପାଳ ସଂସଦର ସ୍ୱୀକୃତି, ଏପଟେ ଭାରତ-ଚୀନ୍ ବିବାଦ ନେଇ ସ୍ଥଳସେନା ମୁଖ୍ୟଙ୍କ ଆଶ୍ୱାସନା, କହିଲେ ଏଲ୍ଏସିରେ ସ୍ଥିତି ନିୟନ୍ତ୍ରଣାଧୀନ।

୧୦. ସାରା ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ବର୍ଷାରେ ଭିଜିଲା ରାଜ୍ୟର ଅଧିକାଂଶ ସ୍ଥାନ, ଏପଟେ ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ଭିତରେ ୮ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା।

୧୧. ରାତି ପାହିଲେ ପହିଲି ରଜ,ହେଲେ କରୋନା କଟକଣା ଯୋଗୁଁ ନାହିଁ ସରାଗ, କେବଳ ଘରେ ମଉଜ ପାଇଁ ସଜବାଜ, ଦୋଳି, ପୁଚି ଭଳି ପାରମ୍ପରିକ ଖେଳ ଉପରେ ରୋକ୍, ବରୁଣେଇ ଓ ଉଗ୍ରତାରା ପୀଠ ଖାଁ ଖାଁ।

ଆହୁରି ପଢ଼ନ୍ତୁ

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

You might also like