ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ଧାନ ମଣ୍ଡିରେ ଅବ୍ୟବସ୍ଥା . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ବହୁଚର୍ଚ୍ଚିତ ଭବାନୀପୁର ଗାଁ ସାଥୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ 

ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା

ମୟୂରଭଞ୍ଜ : ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଳମଗାଡ଼ିଆ ପଞ୍ଚାୟତ ନାକଚିଡା ଗାଁରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଭଲ ନଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଆଣି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ।  ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।  ଗତକାଲି ମଧ୍ୟ ଏଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ।

ଶାଶୁ ଓ ଜ୍ୱାଇଁ ହତ୍ୟାକାରୀ, ବହୁଚର୍ଚ୍ଚିତ ଭବାନୀପୁର ଗାଁ ସାଥୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗାଁ ସାଥି ହତ୍ୟା ଘଟଣାରେ ପର୍ଦ୍ଦାଫାସ । ଶାଶୁ ଓ ଜ୍ୱାଇଁ ହେଉଛନ୍ତି ହତ୍ୟାକାରୀ । ହତ୍ୟାକାଣ୍ଡର ଗୁମର ଖୋଲି ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛି ସୁନ୍ଦରଗଡ଼ ପୋଲିସ ।  ଭବାନୀପୁର ଗାଁ ସାଥି ରମେଶ ସିଂହ ହତ୍ୟା ଘଟଣାରେ ଟାଉନଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି  ।  କିଛି ଦିନ ପୂର୍ବରୁ ଗାଁ ସାଥୀଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଗାଁ ପୋଖରୀରୁ ମିଳିଥଲା ।

ଧାନ ମଣ୍ଡିରେ ଅବ୍ୟବସ୍ଥା

ବରଗଡ଼ : ବରଗଡ଼ ଜିଲ୍ଲା ଧାନ ମଣ୍ଡିରେ ଅବ୍ୟବସ୍ଥା ଜାରି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣାକୁ ନେଇ ସମସ୍ୟା ଦେଖାଯାଉଛି  । କେଉଁଠି ମିଲର୍ସଙ୍କ ମନମାନି ତ ଆଉ କେଉଁଠି ଟୋକନ ସମସ୍ୟା । ସେହିଭଳି ବରଗଡ଼ ଜିଲ୍ଲା ଉର୍ଦ୍ଧୁନା ମାର୍କେଟ ୟାର୍ଡରେ ଟାର୍ଗେଟ ନଥିବା କହି ଚାଷୀଙ୍କ ଠାରୁ ଧାନ କିଣିବାକୁ ମିଲର୍ସ ମନା କରିଦେଇଛନ୍ତି ।  ଫଳରେ ହଜାର ହଜାର ଧାନ ବସ୍ତା ମଣ୍ଡି ବାହାରେ ପଡିରହିଛି । 

 

ଜଳେଶ୍ୱରରୁ ବ୍ରାଉନସୁଗର ଜବତ

ବାଲେଶ୍ୱର : ପୁଣି ଜଳେଶ୍ୱରରୁ ଧଳା ଜହର ଜବତ । ଜଳେଶ୍ୱର ସହରରେ ଧଳା ଜହର କାରବାର କମିବାର ନାଁ ଧରୁନଥିବା ବେଳେ ଆଜି ଆଉ ଜଣକୁ ଗିରଫ କରିଛି ପୋଲିସ୍ ।  ଜଳେଶ୍ୱର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଝାଡେଶ୍ୱରପୁର ବସ୍ତିରେ ଚଡାଉ କରି ୨୫ ଗ୍ରାମ ବ୍ରାଉନ ସୁଗାର ଜବଦ କରିଛି । ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି।

ହାତୀ ଭାଙ୍ଗିଲା ଘର, କାନ୍ଥ ପଡି ବୃଦ୍ଧ ଗୁରୁତର

କେନ୍ଦୁଝର : ତେଲକୋଇ ବନାଞ୍ଚଳ ଵିମଳା ଫରେଷ୍ଟ ବିଟ ଅଧିନ ସିନ୍ଦୁରିଆ ଗ୍ରାମରେ ଦୁଇ ଦିନ ହେଲାଣି ହାତୀଙ୍କ ଉପଦ୍ରଵ ଜାରିରହିଛି । ଗତକାଲି ରାତିରେ ହାତୀ ଜନବସତି ଭିତରକୁ ପଶିଆସି ଭାଙ୍ଗି ଦେବାରୁ ଶୋଇଥିବା ଅବସ୍ଥାରେ ଧୀରେ ମହାକୁଡ଼ ନାମକ ଜଣେ ପକ୍ଷାଘାତ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତ ଦୁଇ ଦିନ ହେଲାଣି ରାଣିବେଡା ସଂରକ୍ଷିତ ଜଙ୍ଗଲରେ ରହୁଥିବା ୬ ଟିକିଆ ହାତୀ ପଲ ସିନ୍ଦୁରିଆ ଅଂଚଳରେ ବ୍ୟାପକ ଉପଦ୍ରଵ କରୁଛନ୍ତି ।

 

You might also like