ଆଜିର ୮ ବଡ଼ ଖବର

  • କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍। ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କେବଳ କଟକରୁ ୯୨।
  • ସ୍ୱାଦ ଓ ଗନ୍ଧ ବାରି ପାରୁନଥିବା ବ୍ୟକ୍ତିଙ୍କୁ ବି ହୋଇଥାଇ ପାରେ କରୋନା। କୋଭିଡ-୧୯ରେ ସ୍ଥାନ ପାଇଲା ନୂଆ ଲକ୍ଷଣ। ଏପଟେ ସଂକ୍ରମଣ ବଢ଼ିବାରୁ ବେଜିଂ ପୁଣି ସଟ୍ ଡାଉନ୍, ପୂର୍ବତନ ପାକ୍ କ୍ରିକେଟର ଆଫ୍ରିଦିଙ୍କୁ କରୋନା।
  • କରୋନା ପ୍ରତିରୋଧୀ କ୍ଷମତା ବଢ଼ାଇବ ଆୟୁଷ ମେଡିସିନ୍, କେନ୍ଦ୍ରର ପରାମର୍ଶ ପରେ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ।
  • ଶ୍ରୀକ୍ଷେତ୍ରରେ ଭକ୍ତଶୂନ୍ୟ ଘୋଷଯାତ୍ରା ସପକ୍ଷରେ ବଢୁଛି ମତ, ହେଲେ ସରକାରଙ୍କ ପକ୍ଷରୁ ଏଯାଏଁ ମିଳିନି ଗ୍ରୀନ୍ ସିଗନାଲ୍। ଏପଟେ କୋରାପୁଟର କୌଣସି ବି ସ୍ଥାନରେ ଗଡ଼ି ପାରିବନି ରଥ, କଟକଣା ଲଗାଇଲେ  ଜିଲ୍ଲାପାଳ।
  • ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି, ଆଗକୁ ଭୁବନେଶ୍ୱରରେ ଚାଲିବ ଚିକିତ୍ସା, ହସ୍ପିଟାଲ ବେଡ୍‌ରୁ ଫେରୁଥିବା କଥା ପ୍ରଶଂସକଙ୍କୁ ଜଣାଇଲେ ବିଜୟ।
  • ବେଧଡ଼କ୍ ଚାଲିଛି ବାଘଛାଲ ବେପାର: ସପ୍ତାହେ ନପୁରୁଣୁ ନୟାଗଡ଼ରେ ପୁଣି ଧରାପଡ଼ିଲା ରାକେଟ୍, କିଙ୍ଗପିନ୍ ସହ ୨ଟି କଲରାପତରିଆ ବାଘଛାଲ ଓ ହାଡ଼ ଜବତ, ସେପଟେ ସୁନ୍ଦରଗଡ଼ ହାତୀଛୁଆ ମୃତ୍ୟୁ ଘଟଣାରେ ଫରେଷ୍ଟ ଗାର୍ଡ ସସପେଣ୍ଡ।
  • ସାରା ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ବର୍ଷାରେ ଭିଜିଲା ରାଜ୍ୟର ଅଧିକାଂଶ ସ୍ଥାନ, ଏପଟେ ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ଭିତରେ ୮ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା।
  • ରାତି ପାହିଲେ ପହିଲି ରଜ,  ହେଲେ କରୋନା କଟକଣା କେବଳ ଘରେ ମଉଜ ପାଇଁ ସଜବାଜ, ଦୋଳି, ପୁଚି ଭଳି ପାରମ୍ପରିକ ଖେଳ ଉପରେ ରୋକ୍, ବରୁଣେଇ ଓ ଉଗ୍ରତାରା ପୀଠ ଖାଁ ଖାଁ।

You might also like