ସଂକ୍ଷେପରେ ଜାଣନ୍ତୁ, ଦେଶ ଦୁନିଆର ବଡ଼ ଖବର ‌

୧. ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଲା ନେପାଳ, ବିବାଦୀୟ ନୂଆ ମାନଚିତ୍ରକୁ ନେପାଳ ସଂସଦର ସ୍ୱୀକୃତି, ଏପଟେ ଭାରତ-ଚୀନ୍ ବିବାଦ ନେଇ ସ୍ଥଳସେନା ମୁଖ୍ୟଙ୍କ ଆଶ୍ୱାସନା, କହିଲେ ଏଲ୍ଏସିରେ ସ୍ଥିତି ନିୟନ୍ତ୍ରଣାଧୀନ।

୨. ଦେଶରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍, ଦିଲ୍ଲୀରେ ୨୧ଶହ ପାର୍, ସମ୍ବେଦନଶୀଳ ରାଜ୍ୟଙ୍କ ସହ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ।

୩. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍, ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କଳାହାଣ୍ଡିରୁ ଆଉ ୧୬ ପଜିଟିଭ୍।

୪. ଶ୍ରୀକ୍ଷେତ୍ରରେ ଭକ୍ତଶୂନ୍ୟ ଘୋଷଯାତ୍ରା ସପକ୍ଷରେ ବଢୁଛି ମତ, ହେଲେ ସରକାରଙ୍କ ପକ୍ଷରୁ ଏଯାଏଁ ମିଳିନି ଗ୍ରୀନ୍ ସିଗନାଲ୍, ଏପଟେ କୋରାପୁଟର କୌଣସି ବି ସ୍ଥାନରେ ଗଡ଼ି ପାରିବନି ରଥ, କଟକଣା ଲଗାଇଲେ ଜିଲ୍ଲାପାଳ।

୫. ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି, ଆଗକୁ ଭୁବନେଶ୍ୱରରେ ଚାଲିବ ଚିକିତ୍ସା, ହସ୍ପିଟାଲ ବେଡ୍‌ରୁ ଫେରୁଥିବା କଥା ପ୍ରଶଂସକଙ୍କୁ ଜଣାଇଲେ ବିଜୟ।

୬. ଡେରାଡୁନରେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍ ପରେଡ୍: ୯ଟି ସହଯୋଗୀ ରାଷ୍ଟ୍ରର ୯୦ ଜଣ କ୍ୟାଡେଟ୍ ସହ ୪୨୩ଜଣଙ୍କ ଅଂଶଗ୍ରହଣ, ନାଭାଲ ଏକାଡେମୀ ପାସିଂ ଆଉଟ ପରେଡରେ ସାମିଲ ହେଲେ ୨୫୯ କ୍ୟାଡେଟ୍।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ

ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

You might also like