ରାଜ୍ୟର ଏହି ଟପ୍‌ ୩ ଖବର ଜାଣିଛନ୍ତି କି ?

ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ

୧. ଓଡ଼ିଶାରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁସନ୍ଧାନ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୈଳ ଓ ଗ୍ୟାସ ଅନୁସନ୍ଧାନ ପାଇଁ ଅବିଭକ୍ତ ପୁରୀ, କଟକ, ବାଲେଶ୍ୱର ଭଳି ୮ଟି ଜିଲ୍ଲାରେ ସର୍ଭେ କରାଯିବ। ୮ଟି ଜିଲ୍ଲାରେ ମୋଟ ୩ ହଜାର ବର୍ଗ କିମି ଅଞ୍ଚଳରେ ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିଭିନ୍ନ ସ୍ଥାନରେ ୨୦ଟି ଜାଗାରେ ଡ୍ରିଲିଂ କରାଯାଇ ସର୍ଭେ କରାଯିବ। ଆଉ ଏଥିପାଇଁ ୨୨୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରୀ ଖବର

୨. ଏଥର ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ମନା ହୋଇଛି। ମନ୍ଦିର ବନ୍ଦ ଥିବାରୁ ଦର୍ଶନ ବନ୍ଦ ନେଇ ପୁରୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ଆସନ୍ତା ୨୩ ତାରିଖରେ ପବିତ୍ର ଅଁଳା ନବମୀ ପଡ଼ୁଛି। ଏହି ଦିନ ସାକ୍ଷୀଗୋପାଳ ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ହୋଇଥାଏ। ଶହ ଶହ ଭକ୍ତ ଏଠାକୁ ଆଶି ରାଧାପାଦ ଦର୍ଶନ କରିଥାନ୍ତି।

ଭୁବନେଶ୍ୱର ଖବର

୩. ରାଜସ୍ୱ ଆଦାୟ ଉପରେ ଭୁବନେଶ୍ୱର ମହାନଗର ନିଗମର ଗୁରୁତ୍ୱ ଦେଇଛି। ମହାନଗର ନିଗମ ଅଞ୍ଚଳରେ ଏଣିକି ଟ୍ରେଡ୍ ଲାଇସେନ୍ସ ଯାଞ୍ଚ ହେବ। ଏହାଦ୍ୱାରା ଟ୍ରେଡ୍ ଲାଇସେନ୍ସ ନଥାଇ ବ୍ୟବସାୟ କରୁଥିବା ସଂସ୍ଥାକୁ ଚିହ୍ନଟ କରାଯିବ। ବାହ୍ୟ ଅନୁଷ୍ଠାନକୁ ନିୟୋଜିତ କରି ସଂସ୍ଥାଗୁଡ଼ିକୁ ଚିହ୍ନଟ କରାଯିବ। ବାହ୍ୟ ଅନୁଷ୍ଠାନ ମାଧ୍ୟମରେ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ବିଏମ୍‌ସିର ଉଦ୍ୟମ କରିଛି। ଟେଣ୍ଡର ପ୍ରକ୍ରିୟାରେ ୨୦ ଦିନ ମଧ୍ୟରେ ବାହ୍ୟ ଅନୁଷ୍ଠାନ ଚୟନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

You might also like