ସାରା ଦିନର ୧୧ ବଡ଼ ଖବର

୧. ହୁ ହୁ ବଢୁଛି ତେଲ ଦର: ଗଲା ୯ ଦିନରେ ପେଟ୍ରୋଲ୍ ବଢ଼ିଲାଣି ୫ଟଙ୍କା ୧୦ ପଇସା, ଡିଜେଲ୍ ବଢ଼ିଲାଣି ୫ଟଙ୍କା ୧୭ , କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ, ପରସ୍ପରକୁ ଦୋଷ ଦେଲେ ବିଜେପି-ବିଜେଡି, ଖାଉଟି ହତାଶ।

୨. କାଲିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ, ୩୧ ଜୁଲାଇ ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଚାଲିବ ଅଭିଯାନ, ସେପଟେ ରାଜ୍ୟରେ ଆଜି ଆଉ ୧୪୬ ନୂଆ ପଜିଟିଭ୍, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ।

୩. ମହଙ୍ଗା ପଡ଼ିଲା ମହିଳାଙ୍କୁ ଏସିଡ୍ ମାଡ଼ ଧମକ, ଫେସବୁକ୍ ବନ୍ଧୁତାରୁ ମହିଳାଙ୍କୁ ହଇରାଣ କରୁଥିବା ପୋଲିସ ASI ସସ୍‌ପେଣ୍ଡ, କୋଭିଡ୍ କଲ ସେଣ୍ଟର ଫୋନରୁ ଦେଉଥିଲେ ଧମକ, ଭୁବନେଶ୍ୱର ମହିଳା ଥାନାରେ ଅଟକ।

୪. ଓଟିଭି ହାତରେ କଲରା ପତରିଆ ବାଘ ଛାଲ ବେପାରର ଲାଇଭ୍ ଡିଲ୍: କ୍ରାଇମବ୍ରାଞ୍ଚ ପଞ୍ଚାରେ ପଡିଥିବା ରଣପୁରର ସମିତି ସଭ୍ୟ ମାଷ୍ଟରମାଇଣ୍ଡ, ସପ୍ତାହକରେ ୪ ବାଘଛାଲ ଜବତ ପରେ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ।

୫. ନୃଶଂସତାର ଦୁଇଟି ଚିତ୍ର: ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା କରି କଟା ମୁଣ୍ଡ ସହ ଖୁଣ୍ଟା ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ, ବାଲେଶ୍ୱର ଚକୁରି ଗାଁରେ ସାମାନ୍ୟ ବଚସାରୁ ବଡ଼ ଭାଇକୁ ପିଟିପିଟି ହତ୍ୟା ପରେ ବାଡ଼ିରେ ପୋତି ଦେଲା ସାନ ଭାଇ।

୬. କାହିଁକି ଅବେଳରେ ଚାଲିଗଲେ ବଲିଉଡ୍‌ ତାରା? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି, ସମ୍ପର୍କୀୟଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା, ଶେଖର କପୁରଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା, ଶୋକାକୂଳ ପରିବେଶରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର।

୭. ସୁନାର ସଂସାର ଉଜାଡ଼ି ଦେଲା ବଜ୍ରପାତ, ମୟୂରଭଞ୍ଜ ବାଦାମ ପାହାଡରେ ରଜ ବୁଲିବାକୁ ଗଲା ବେଳେ ଅଘଟଣ, ଗାଡ଼ି ଉପରେ ପଡ଼ିଲା ବଜ୍ର, ନବବିବାହିତ ସ୍ୱାମୀ ମୃତ, ସ୍ତ୍ରୀ ଗୁତୁତର।

୮. ରଥଯାତ୍ରାକୁ ନେଇ ନିଇତି ନୂଆ ଦ୍ୱନ୍ଦ୍ୱ: ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ନିଷ୍ପତ୍ତି ଛାଡ଼ିବା ନେଇ ଭାରତୀୟ ବିକାଶ ପରିଷଦର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ।

୯. ମୁକ୍ତ ହେଲେ ପାକିସ୍ତାନରେ ଅଟକ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ, ହିଟ୍ ଆଣ୍ଡ୍ ରନ୍ ମାମଲାରେ ହୋଇଥିଲେ ଗିରଫ, ଦୁହିଁଙ୍କ ନିଖୋଜ ପରେ ପାକ୍ ଦୂତାବାସ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସମନ କରିଥିଲା ଭାରତ।

୧୦. ମୌସୁମୀ ସକ୍ରିୟ, ସାରା ରାଜ୍ୟରେ ବର୍ଷା: ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ୧୯ରେ ପୁଣି ଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ସେପଟେ ପ୍ରବଳ ବର୍ଷାରେ ଉବୁଟୁବୁ ପୁରୀ ବଡ଼ଦାଣ୍ଡ ଓ ରଥଖଳା।

୧୧. ପହିଲି ରଜ ଭଳି ସଂକ୍ରାନ୍ତିର ସରାଗକୁ ବି ଧୋଇନେଲା କରୋନା: ଖାଁ ଖାଁ ଆମ୍ବତୋଟା, ଘରେ ରହି ଲୁଡୁ ଓ ତାସର ଆସର ସହ ସୁଆଦିଆ ପିଠା ପଣା ଭିତରେ ପରମ୍ପରା ବଞ୍ଚାଇ ରଖିବାର ଉଦ୍ୟମ।

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like