ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ମହାନଦୀ ଜଳବିବାଦ ମାମଲା

ଭୁବନେଶ୍ୱର : ମହାନଦୀ ଜଳବିବାଦ ମାମଲାରେ ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ। ସୁପ୍ରିମ୍‌କୋର୍ଟ ପରିସରରେ ଏହି ବୈଠକ ବସିବ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ମହାନଦୀ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଉଭୟ ରାଜ୍ୟ ଆଲୋଚନା କରିବେ।

ଦୁଇ ରାଜ୍ୟର ଜଳସମ୍ପଦ ଅଧିକାରୀ ମାନଙ୍କ ସହ ବୈଷୟିକ ବିଶେଷଜ୍ଞ ମାନେ ଉପସ୍ଥିତ ରହିବେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ ଟ୍ରିବ୍ୟୁନାଲରେ ପ୍ରକାଶ ପାଇବା ପୂର୍ବରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଗତ ୯ ତାରିଖରେ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିଲା। ଏହାପରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ମହାନଦୀ ଜଳପ୍ରବାହକୁ ପ୍ରଭାବିତ କରୁଛି କି ନାହିଁ, ଅଣମୌସୁମୀ ସମୟରେ ଜଳପ୍ରବାହର ଉଚିତ୍ ଆବଣ୍ଟନ ସମ୍ପର୍କରେ ଦୁଇ ରାଜ୍ୟର ଅଧିକାରୀମାନେ ସହମତି ଭିତ୍ତିରେ ନିଷ୍ପତ୍ତି ନେବା ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like