କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ହୋଲିରେ ‘ମୋ ବସ୍’ ସେବା ପ୍ରଥମାର୍ଦ୍ଧରେ ବନ୍ଦ ରହିବ। କାଲି ଅପରାହ୍ନ ୩ଟାରୁ ‘ମୋ ବସ୍’ ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ କାଲି ବନ୍ଦ ରହିବ। ଏନେଇ Capital Region Urban Transport(CRUT) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ହୋଲି ବଜାର ଉପରେ ଏବର୍ଷ ମଧ୍ୟ କରୋନା ମାଡ଼ର ପ୍ରଭାବ ପଡ଼ିଛି। ପ୍ରତିବର୍ଷ ହୋଲି ସମୟରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକରେ ଧାଡ଼ିକି ଧାଡ଼ି ରଙ୍ଗ ଦୋକାନ ବସେ। ଏଥର କିନ୍ତୁ ତାହା ଦେଖିବାକୁ ମିଳିନାହିଁ। କାଁ ଭାଁ କେଉଁଠି ଗୋଟେ ଦୁଇଟି ଅସ୍ଥାୟୀ ଦୋକାନ ଦେଖିବାକୁ ମିଳିଛି। ସରକାର ମଧ୍ୟ ରଙ୍ଗ ଖେଳ ଓ ହୋଲି ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଭିଡ଼ ନ କରିବାକୁ କୁହାଯାଇଛି। ଘରେ ପରିବାର ଲୋକଙ୍କ ସହିତ ହୋଲି ପାଳନ ପାଇଁ ସରକାର ପରାମର୍ଶ ଦେଇଛନ୍ତି।

You might also like