ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ୨୮ ଜଣ ପ୍ରାର୍ଥୀ। ସେହିପରି ଏସବୁ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୧। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରୁ ୨୯ ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଓ ୩୦ଲକ୍ଷ ୩୦ହଜାର ୨୨୨ ମହିଳା ଭୋଟର ଅଛନ୍ତି।

ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୪୭ ହଜାର ୮୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ସର୍ଭେଇଲାନ୍ସରେ ରଖାଯିବା ସହ ୱେବ୍‌ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ।

 

You might also like