କାଲି ରତ୍ନବେଦୀକୁ ବାହୁଡିବେ ତିନି ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ଜନ୍ମବେଦୀରୁ ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ବାହୁଡିବେ। ଶ୍ରୀଜିଉ ସେଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ ଆଜି ଗୁଣ୍ଡିଚା ମନ୍ଦିରରେ ବିନା ଭକ୍ତରେ ହୋଇଛି ସନ୍ଧ୍ୟା ଦର୍ଶନ।

ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ନୀତି ନର୍ଘଣ୍ଟ ଅନୁସାରେ:-

  • ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି
  • ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ
  • ସକାଳ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି
  • ସକାଳ ୧୦ଟା ଭିତରେ ପହଣ୍ଡି ସଂପନ୍ନ
  • ସକାଳ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା
  • ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ

ସେପଟେ ବାହୁଡ଼ା ଯାତ୍ରା ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ ଓ ରଥକୁ କେବଳ କୋଭିଡ୍ ଟେଷ୍ଟରେ ନେଗଟିଭ୍ ଆସିଥିବା ସେବାୟତମାନେ ହିଁ ଟାଣିବେ କହିଛନ୍ତି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।  ତାସହ ବାହୁଡ଼ା ଯାତ୍ରା ସମୟରେ ବଡ଼ ଦାଣ୍ଡକୁ କେହି ନଆସିବାକୁ ବା ବାହାରକୁ ନବାହାରିବାକୁ କହିଛନ୍ତି ଏଡିଜି।

ଆହୁରି ପଢ଼ନ୍ତୁ

You might also like