ଅମିତ ଶାହଙ୍କ ଭର୍ଚୁଆଲ୍‌ ରାଲି; ଆଜି ବିହାର ପାଳି ପରେ କାଲି ଓଡ଼ିଶାକୁ ସମ୍ବୋଧନ କରିବେ

ପାଟନା: କରୋନା ଲଢ଼େଇରେ ଲୋକଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ଅପରାହ୍ନ ୪ଟାରେ ବିହାରରେ ଭର୍ଚୁଆଲ୍ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିହାରରେ ଜନସମ୍ବାଦ ନାଁରେ ଅନ୍‌ଲାଇନ ରାଲି ଆୟୋଜନ କରି ଏହା ନିର୍ବାଚନୀ ରାଲି ନୁହେଁ ବୋଲି କହିବା ସହିତ ବିଜେପିର ୭୨ ହଜାର ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ଶାହ।

ପ୍ରାୟ ୫ ଲକ୍ଷ ଦଳୀୟ କର୍ମୀ ଶାହଙ୍କ ଭାଷଣ ୟ୍ୟଟ୍ୟୁବ୍, ଫେସବୁକ ଓ ନମୋ ଆପ୍ ମାଧ୍ୟମରେ ଦେଖିବାକୁ ପାଇଥିଲେ। ଏହି ଅନ୍‌ଲାଇନ୍‌ ସମ୍ବୋଧନରେ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ଉପଲବ୍ଧି ସଂପର୍କରେ ଜଣାଇଛନ୍ତି ଶାହ।

ଆୟୁଷ୍ମାନ ଭାରତ, ଗରିବ ପରିବାରକୁ ବିଦ୍ୟୁତ୍ ଓ ପାଇଖାନା ଯୋଗାଣ, ଏୟାର୍‌ଷ୍ଟ୍ରାଇକ, ଟ୍ରିପଲ୍ ତଲାକ୍, ରାମ ଜନ୍ମଭୂମି, ସିଏଏ ଓ ସିଡିଏସ୍ ନିଯୁକ୍ତି ଆଦି ପ୍ରସଙ୍ଗ ତାଙ୍କ ସମ୍ବୋଧନରେ ସ୍ଥାନ ପାଇଥିଲା।

ସେହିପରି ଆସନ୍ତାକାଲି ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଶାବାସୀଙ୍କୁ ମଧ୍ୟ ଭର୍ଚୁଆଲ ରାଲି ମାଧ୍ୟମରେ  ସମ୍ବୋଧନ କରିବେ ଅମିତ ଶାହ। ୩୭ ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ, ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ପାଇଁ ସଂକଳ୍ପ, ସ୍ଥାନୀୟ ସାମଗ୍ରୀର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ କହିବେ। ତା ସହିତ କୋଭିଡ୍ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପ୍ରୋତ୍ସାହିତ କରିବେ ବୋଲି ସୂଚନା ମିଳିଛି।

 

You might also like