ମାଟ୍ରିକ ପରୀକ୍ଷାରେ ଆସନ୍ତାକାଲି ଇଂରାଜୀ ବିଷୟ

ସୁରୁଖୁରୁରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ବାଲେଶ୍ୱର : ଆସନ୍ତାକାଲି ମାଟ୍ରିକ୍‌ ପରୀକ୍ଷାର ଇଂରାଜୀ ବିଷୟ ଅଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ ବାକି ସମସ୍ତ ବିଷୟର ପରୀକ୍ଷା କେମିତି ଭଲରେ ହେବ ,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋର୍ଡ।

ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ବୋର୍ଡ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ଭାଇରାଲ୍‌କୁ ନେଇ ଛାତ୍ରଛାତ୍ରୀମାନେ ବି ଟିକେ ଚାପରେ ଅଛନ୍ତି। ନିଜେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଅସାଧୁ ଉପାୟ ସହାୟତାରେ କେତେକ ପିଲା ଅଧିକ ନମ୍ବର ପାଇବେ ବୋଲି ଆଶଙ୍କା କରୁଛନ୍ତି। ସେମାନେ  ତେବେ ନିଜ ପରିଶ୍ରମ ବଳରେ ଭଲ କରିବେ ବୋଲି ଆଶା ରଖିଛନ୍ତି।

You might also like