• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

 ସାଲେପୁର : କେନ୍ଦ୍ର ସରକାର ସ୍ୱଚ୍ଛଭାରତ ଯୋଜନାରେ ପ୍ରତିଟି ଘରେ ପାଇଖାନା ନିର୍ମାଣର ବ୍ୟବସ୍ଥା କରିଛନ୍ତି। ହେଲେ ସାଲେପୁର ବ୍ଲକରେ ଏହି ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଲୋକେ ନିଜ ଖର୍ଚ୍ଚରେ ପାଇଖାନା ତିଆରି କରିବା ପରେ ଏବେ ସହାୟତା ରାଶି ପାଇବା ପାଇଁ ନାକେଦମ୍ ହେଉଛନ୍ତି। ଏପରିକି କିଛି ହିତାଧିକାରୀଙ୍କ ନଥିପତ୍ର ବ୍ଲକ କାର୍ଯ୍ୟାଳୟରେ ନଥିବା ଅଭିଯୋଗ ବି ହୋଇଛି।

ଅଭିଯୋଗ ଅନୁସାରେ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇବା ପରେ ଗାଁ ଲୋକେ କାମ ଆରମ୍ଭ କରିଥିଲେ। କାମ ସରିବାକୁ ପ୍ରାୟ ବର୍ଷେ ବିତି ଗଲାଣି। ହେଲେ ହିତାଧିକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଅର୍ଥରାଶି ମିଳିପାରିନାହିଁ। ଏପରିକି କିଛି ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ଅଭିଯୋଗ ହେଉଛି।

ଏପରି ସମାନ ଅଭିଯୋଗ ଆଣିଛନ୍ତି ମହଣ ପଞ୍ଚାୟତର ୮୦ରୁ ଅଧିକ ହିତାଧିକାରୀ। ଶୀଘ୍ର ସେମାନଙ୍କୁ ସହାୟତା ରାଶି ଦିଆନଗଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସେପଟେ କାର୍ଯ୍ୟାଦେଶ ବଣ୍ଟନରେ ଅବ୍ୟବସ୍ଥାକୁ ବିଡିଓ ସ୍ୱୀକାର କରିଛନ୍ତି।ଯେଉଁ ହିତାଧିକାରୀ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ସହାୟତା ରାଶି ଦେବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶିବବ୍ରତ ଘୋଷ କହିଛନ୍ତି।

Toilet-scam-in-salepur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories