• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି, ହେଲେ ହିତାଧିକାରୀଙ୍କୁ କାଣି କଉଡିଟିଏ ମଧ୍ୟ ମିଳିନାହିଁ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର କଳମା ପଞ୍ଚାୟତ ଅଂଚଳରୁ।

ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଳମା ପଞ୍ଚାୟତ ଗୋବିନ୍ଦପୁର ଗାଁର ନସିବା ବିବିଙ୍କ ସ୍ୱା ମୀ ସେକ୍ ଉସମାନ ଖାଦ୍ୟ ନିରାପତ୍ତା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ଆର୍ଥିକ ଅନଗ୍ରସର ଥିବାରୁ ତାଙ୍କ ନାଁରେ ଗତ ୨୦୧୯ ମାର୍ଚ୍ଚ ମାସରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣ ଲାଗି ୧୨ ହଜାର ଟଙ୍କା ଉଠାଯାଇଛି। ଆଉ ସେହି ଟଙ୍କା ଉଠିଛି କଳମା ପଞ୍ଚାୟତର ଓମ୍ ନାରାୟଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟ ନାଁରେ। ଆଉ ଏହାର ତଥ୍ୟ ପ୍ରମାଣ ମଧ୍ୟ ରହିଛି। ହେଲେ ସେ କିମ୍ବା ତାଙ୍କ ପରିବାର ଯୋଜନାରେ ଲାଭ ପାଇନଥିବା କହିଛନ୍ତି ନସିବା ବିବି।

ସେହିପରି ଗୋବିନ୍ଦରାୟପୁର ଗାଁର ସେକ୍ ମୁନା  ତାଙ୍କ ବାପା ସେକ୍ ଇବ୍ରାହିମଙ୍କ ନାଁରେ ମଧ୍ୟ ୨୦୧୯ ଜାନୁଆରୀ ୨ ତାରିଖରେ ୧୨ ହଜାର ଟଙ୍କା ଉଠାଯାଇଛି।  ଏହି ଟଙ୍କା ମଧ୍ୟ ଓମ୍ ନାରାୟଣୀ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଉଠିଥିବା ଜଣାପଡିିଛି।  ହେଲେ ମୁନାଙ୍କ ବାପା ସେକ୍ ଇବ୍ରାହିମଙ୍କର ୨୦୧୬ ମସିହାରେ ମୃତ୍ୟୁ ହୋଇସାଇଛି। ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଆରଟିଆର ତଥ୍ୟରୁ ତାଙ୍କ ନାଁରେ ମଧ୍ୟ ଟଙ୍କା ଉଠାଯାଇଥିବା ଜଣାପଡିଛି।

ଜଣେ କି ଦୁଇ ଜଣ ନୁହନ୍ତି, ଏକାଧିକ ଲୋକଙ୍କ ନାଁରେ ସରକାର ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଏହି ଟଙ୍କା ଉଠାଯାଇଛି।  ହେଲେ ପ୍ରକୃତ ହିତାଧିକାରୀଙ୍କୁ ଟଙ୍କାଟିଏ ବି ମିଳିନ॥  ଅନେକ ହିତାଧିକାରୀ ନିଜେ ଟଙ୍କା ଖର୍ଚ୍ଚ କରି ପାଇଖାନା ନିର୍ମାଣ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ବେତନଟୀ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ। ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Toilet-scam-in-mayurbhanj
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories