ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ

ନୟାଗଡ଼ ଇଟାମାଟିରେ ଜିଲ୍ଲା ଅାଇନ ପ୍ରାଧିକରଣ ପକ୍ଷରୁ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅାୟୋଜନ

ନୟାଗଡ଼ : ଅାଜି ବିଶ୍ୱ ଭିନ୍ନକ୍ଷମ ଦିବସ। ସାରା ଦେଶରେ ଏନେଇ ଅାୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ତାଙ୍କୁ ସକ୍ଷମ କରିବା ନେଇ ପ୍ରଚେଷ୍ଟା କରାଯାଉଛି। ଏହି ଅାଧାରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନକ୍ଷମ ଦିବସ ପାଳନ ହୋଇଛି।

ନୟାଗଡ଼ ଇଟାମାଟିରେ ଜିଲ୍ଲା ଅାଇନ ପ୍ରାଧିକରଣ ପକ୍ଷରୁ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅାୟୋଜନ ହୋଇଛି। ଜିଲ୍ଲା ଦୌରାଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଦିବ୍ୟାଙ୍ଗଙ୍କୁ ତୁରନ୍ତ ଏବଂ ମାଗଣା ନ୍ୟାୟିକ ବ୍ୟବସ୍ଥା ଦେବା ପାଇଁ ଏହି ଅବସରରେ ଗୁରୁତ୍ୱ ଦିଅାଯାଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅାୟୋଜନ ହୋଇଛି। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।  ଏହାଛଡ଼ା ରାଉରକେଲା ଅାଞ୍ଚଳିକ ପୁନ୍ନର୍ବାସ ଗବେଷଣା କେନ୍ଦ୍ର ଏବଂ ଅାଶାଦୀପ ସ୍କୁଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅାୟୋଜନ ହୋଇଛି। ଦିବ୍ୟାଙ୍ଗଙ୍କୁ ଏହି ଅବସରରେ ଟ୍ରାଇ ସାଇକେଲ୍ ଏବଂ ଅନ୍ୟାନ୍ୟ ସରଞ୍ଜାମ ବଣ୍ଟନ କରାଯାଇଛି।

You might also like