ରାଜ୍ୟସାରା ଅସହ୍ୟ ତାତି ; ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟବ୍ୟାପି ଅସହ୍ୟ ତାତି। ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ପାରଦ। ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ୪୩.୫ ଡ଼ିଗ୍ରୀ ସହ ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି।

ସେହିପରି ଅନୁଗୁଳରେ ୪୨.୭, ବଲାଙ୍ଗିରରେ ୪୨.୫, ତାଳଚେରରେ ୪୨.୩, ଝାରସୁଗୁଡ଼ାରେ ୪୧.୮, ସୋନପୁରରେ ୪୧.୪, ସମ୍ବଲପୁରରେ ୪୧.୧, ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୯, ମାଲକାନଗିରିରେ ୪୦.୬, ଭୁବନେଶ୍ୱରରେ ୪୦.୨ ଏବଂ କଟକରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

You might also like