ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ଆନ୍ଦୋଳନ। ଆଜି ସଂଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ, ବଜାର, ମଲଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି ।
କରୋନା କାଳରେ ସରକାର ଯେପରି ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି ତାହା ବିଦ୍ୟୁତ କଂପାନୀଙ୍କୁ ସୁହାଇଲା ଭଳି । ମାତ୍ର ଉପଭୋକ୍ତାଙ୍କ ଉପରେ ଏହା ଚଡ଼କ ବୋଲି ମହାସଂଘ ଅଭିଯୋଗ କରିଛି। ସରକାର ଦାବି ନମାନିଲେ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି।